ଓଡିଶା

odisha

ETV Bharat / state

ଲ୍ୟାଣ୍ଡଫଲ କରିଛି ବାତ୍ୟା ୟସ, ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ଅନୁଭୂତ - balasore near bahanaga

ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ୟସ ଏବେ ଉପକୂଳ ମୁହାଁ ହୋଇସାରିଛି। ଏହା ବାତ୍ୟାର ରୂପ ନେଇ ଓଡ଼ିଶାର ବାଲେଶ୍ଵର ନିକଟସ୍ଥ ବାହାନଗାରେ ଲ୍ୟାଣ୍ଡଫଲ କରିଛି ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଲ୍ୟାଣ୍ଡଫଲ କରିଛି ବାତ୍ୟା ୟସ, ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ଅନୁଭୂତ
ଲ୍ୟାଣ୍ଡଫଲ କରିଛି ବାତ୍ୟା ୟସ, ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ଅନୁଭୂତ

By

Published : May 26, 2021, 3:08 PM IST

କେନ୍ଦୁଝର: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ୟସ ଏବେ ଉପକୂଳ ମୁହାଁ ହୋଇସାରିଛି । ଏହା ବାତ୍ୟାର ରୂପ ନେଇ ଓଡ଼ିଶାର ବାଲେଶ୍ଵର ନିକଟସ୍ଥ ବାହାନଗାରେ ଲ୍ୟାଣ୍ଡଫଲ କରିଛି ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛନ୍ତି । ବାଲେଶ୍ଵରରେ ଏହା ଲ୍ୟାଣ୍ଡଫଲ ହୋଇଥିବାରୁ ନିକଟବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖାଯିବ ବୋଲି ଜଣାପଡ଼ିଛି ।

ଲ୍ୟାଣ୍ଡଫଲ କରିଛି ବାତ୍ୟା ୟସ, ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ଅନୁଭୂତ

ତେବେ ୟସ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହୋଇଛି । ବହୁ ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଜିଲ୍ଲାପାଳ କେନ୍ଦୁଝର ଜିଲ୍ଲାର କ୍ଷୟକ୍ଷତି ଅଞ୍ଚଳ ଭାବେ ପରିଚିତ ଆନନ୍ଦପୁର ସବଡିଭିଜନ ଅଞ୍ଚଳ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିଛନ୍ତି ।

ଏପଟେ ରାତିରୁ ବର୍ଷା ସାଙ୍ଗକୁ ପବନର ବେଗ ତୀବ୍ରତର ହୋଇଛି । ପ୍ରଶାସନ ମଧ୍ୟ ଏହି ବାତ୍ୟା ପାଇଁ ଘରେ ରହି ସୁରକ୍ଷିତ ରହିବାକୁ ନିବେଦନ କରିଛି । କୋଭିଡ ମହାମାରୀ ପାଇଁ ମଧ୍ୟ ସମସ୍ତ ପ୍ରକାରର ପଦକ୍ଷେପ ନେଇଛି ପ୍ରଶାସନ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details