ଓଡିଶା

odisha

ETV Bharat / state

ଡବଲ ମର୍ଡ଼ର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

ଡବଲ ମର୍ଡ଼ର ଘଟଣା ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୨୦୧୯ ମସିହା ସେପ୍ଟେମ୍ବର ୭ ତାରିଖରେ ଘଟଗାଁ ଥାନା ଅଞ୍ଚଳରେ ଡବଲ ମର୍ଡ଼ର ହୋଇଥିଲା ।

culprit sentenced imprisonment
ଡବଲ ମର୍ଡ଼ର ଘଟଣାରେ ସଜ୍ଜା

By ETV Bharat Odisha Team

Published : Nov 23, 2023, 8:40 PM IST


କେନ୍ଦୁଝର: ଡବଲ ମର୍ଡ଼ର ଘଟଣା ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । କେନ୍ଦୁଝର ଜିଲ୍ଲା କୋର୍ଟରେ ୪ ବର୍ଷ ପୂର୍ବର ଏକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏହି ମାମଲାର ଶୁଣାଣି କରି ଆଜୀବନ କାରାଦଣ୍ଡଦେଶ ଦେଇଛନ୍ତି । ଏହାସହ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ୬ ମାସ ଅତିରିକ୍ତ କାରାଦଣ୍ଡ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ୨୦୧୯ ମସିହା ସେପ୍ଟେମ୍ବର ୭ ତାରିଖରେ ଘଟଗାଁ ଥାନା ଅଞ୍ଚଳରେ ଡବଲ ମର୍ଡ଼ର ହୋଇଥିଲା । ଅଭିଯୁକ୍ତ ଦନାର ମୁଣ୍ଡା ଦୁଇ ଜଣଙ୍କୁ ହତ୍ୟା କରିଥିଲା । ଏକ ଅସ୍ତ୍ର ସାହାଯ୍ୟରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଦମ୍ପତି ଘଟଗାଁ ଥାନା ଅନ୍ତର୍ଗତ ଚିନମାଲିପଶୀ ପଞ୍ଚାୟତ ଗୋଧିରାମପଡା ଗ୍ରାମର ରମାଇଁ ମୁଣ୍ଡା ଓ ଚମ୍ପା ମୁଣ୍ଡା ।

ତେବେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଘଟିଥିଲା ଏହି ହତ୍ୟାକାଣ୍ଡ । ସୂଚନା ଅନୁସାରେ, ରମାଇଁ ଓ ଚମ୍ପାଙ୍କ ଝିଅକୁ କଂଶଲା ମୁଣ୍ଡା ଏବଂ ଦନାର ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଏପରିକି ଦନାର କଂଶଲାକୁ ନିଜ ଘରକୁ ମଧ୍ୟ ନେଇଯାଇଥିଲା । ହେଲେ ଦନାର ପୂର୍ବରୁ ବିବାହିତ ଥିବାବେଳେ ଦ୍ୱିତୀୟ ସ୍ତ୍ରୀକୁ ପ୍ରଥମ ସ୍ତ୍ରୀ ଗ୍ରହଣ କରିନଥିଲା । ଏହାପରେ ଦନାର ନିଜ ପ୍ରେମିକା କଂଶଲା ମୁଣ୍ଡାକୁ ତା'ର ବାପ ଘରେ ନିଜ ସ୍ଵାମୀ ପାଖରେ ଛାଡି ଦେଇଥିଲା । କଂଶଲା ମଧ୍ୟ ପୂର୍ବରୁ ବିବାହିତ ଥିବାବେଳେ ତାଙ୍କ ସ୍ବାମୀଙ୍କ ସହ ବାପଘରେ ରହୁଥିଲେ ।

ଏହା ବି ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କଂଶଲା ମୁଣ୍ଡାକୁ ଦନାର ବାପଘରେ ଛାଡିବା ପରେ ରମାଇଁ ମୁଣ୍ଡା ଓ ଚମ୍ପା ମୁଣ୍ଡା ଝିଅକୁ ଗ୍ରହଣ କରିନଥିଲେ । ଯାହାକୁ ଦନାର ରାଗ ରଖି କଂଶଲା ଓ ତା'ର ସ୍ବାମୀ ମାଟାଇ ମୁଣ୍ଡାକୁ ଏକ ଘରେ ବନ୍ଦ କରି ରମାଇଁ ମୁଣ୍ଡା ଓ ଚମ୍ପା ମୁଣ୍ଡାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା । ପରେ ପାଟି ଶୁଣି ଗାଁ ଲୋକେ ମାଟାଇ ଓ କଂଶଲାକୁ ଉଦ୍ଧାର କରି ଘଟଗାଁ ଥାନାରେ ଏତଲା ଦେଇଥିଲେ। ୧୭ ଜଣ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପରେ ଦୋଷୀ ଦନାରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ ମମିତା ରାଣୀ ଦାସ । ଏହି ମାମଲାକୁ ସରକାରୀ ଓକିଲ ପ୍ରଫୁଲ୍ଲ ପାତ୍ର ପରିଚାଳନା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details