ଓଡିଶା

odisha

ETV Bharat / state

ଫସଲ ଖାଉଛି ଚକଡା, ଚିନ୍ତାରେ ଚାଷୀ - chakada pest in keonjhar

ଅମଳ ବେଳେ ନଷ୍ଟ ହେବାକୁ ବସିଛି ଫସଲ । ଏକର ଏକର ଫସଲରେ ଚକଡା ପୋକ ମାଡି ଯାଇଛି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ଅଳତୀ ପଞ୍ଚାୟତ ପଦନପୁର ଚାଷୀ ଚିନ୍ତାରେ ପଡିଯାଇଛନ୍ତି ।

ଚକଡା ପୋକ, chakada pest
ଫସଲ ଖାଉଛି ଚକଡା, ଚିନ୍ତାରେ ଚାଷୀ

By

Published : Nov 27, 2019, 1:54 PM IST

ଆନନ୍ଦପୁର: ଚାଷୀ ପେଟକୁ ପ୍ରହାର । ପୁଣି ଫେରିଲା ଚକଡା ଦାଉ । ମୁଣ୍ଡ ଝାଳ ତୁଣ୍ଡେ ମାରି ସୁନାର ଫସଲ ଫଳାଇଥିଲେ ଚାଷୀ । ଆଶା ଥିଲା ଫସଲ ଅମଳ ହେବ ଭଲ ଦୁଇ ପଇସା ରୋଜଗାର ହେବ । ହେଲେ ଚାଷୀଙ୍କ ସବୁ ସ୍ବପ୍ନକୁ ଚୁରମାର କରିଦେଇଛି ଚକଡା ପୋକ । ଏକର ଏକର ଫସଲରେ ଲାଗିଛି ଚକଡା ପୋକ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଫସଲ ଖାଉଛି ଚକଡା, ଚିନ୍ତାରେ ଚାଷୀ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ପଞ୍ଚାୟତର ପଦନପୁର ଗାଁ । ବହୁ ବାଧାବିଘ୍ନ ପରେ ଏଥର ଜମିରେ ଫଳିଥିଲା ସୁନାର ଫସଲ । ଭଲ ଅମଳର ଆଶା ମଧ୍ୟ କରିଥିଲେ ଚାଷୀ । ହେଲେ, ଧାନ ଅମଳ ସମୟରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ବ୍ୟାପକ ଜମିରେ ମାଡିଯାଇଛନ୍ତି ଚକଡା ପୋକ । ଚାଷ ଉଜୁଡିବାକୁ ବସିଥିବା ବେଳେ ଋଣ ପରିଶୋଧ କିପରି କରିବେ, ସେନେଇ ଚିନ୍ତାରେ ଚାଷୀ ।

କେବଳ ପଦନପୁର ଗାଁ ନୁହେଁ, ଅଳତୀ,ରାମଚନ୍ଦ୍ରପୁର ଓ ଗଡବାନ୍ଧଗୋଡା ପଞ୍ଚାୟତର ଅନେକ ଚାଷଜମିରେ ଦାଉ ସାଧିଛି ଚକଡା ପୋକ । କୀଟନାଶକ ମଧ୍ୟ କୌଣସି କାମ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗ ପାଇବା ପରେ କୃଷି ବିଭାଗର ଅଧିକାରୀ ବୁଲି ଦେଖିଛନ୍ତି ଚାଷୀଙ୍କ ଜମି। ସମଗ୍ର ଅଞ୍ଚଳ ପରିଦର୍ଶନ ପରେ ସରକାରଙ୍କୁ ଏସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି କୃଷି ଅଧିକାରୀ ।

ଚାଷୀ ଜୀବନରେ ଚଡକ ପକାଇଛି ଚକଡା ପୋକ। ଋଣ ପରିଶୋଧ ଚିନ୍ତାରେ ରୁନ୍ଧି ହୋଇଯାଇଥିବା ଚାଷୀ ଆତ୍ମହତ୍ୟା କରିବାକୁ ବି ଦେବନି ପଛଘୁଞ୍ଚା । ଯାହାକୁ ନଜରରେ ରଖି ସରକାର ବେଳ ଥାଉ ଥାଉ ଏନେଇ ଉଚିତ ପଦକ୍ଷେପ ନେବା ଆବଶ୍ୟକ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀଙ୍କ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details