ଓଡିଶା

odisha

By

Published : Nov 15, 2020, 3:07 PM IST

ETV Bharat / state

ବେଆଇନ ଗୋରୁ ଚାଲାଣ, 2 ଜଣଙ୍କୁ କାବୁ କଲେ ଗ୍ରାମବାସୀ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନାରେ ବେଆଇନ ଗୋରୁ ଚାଲାଣ । ଗାଡିକୁ ଅଟକାଇବା ସହ ଦୁଇଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

cow smmugling in keonjhar
ବେଆଇନ ଗୋରୁ ଚାଲାଣ,ଦୁଇଜଣଙ୍କୁ କାବୁ କଲେ ଗ୍ରାମବାସୀ

କେନ୍ଦୁଝର: ପଣ୍ଡ ହେଲା ଚୋରାରେ ଗୋରୁ ଚାଲାଣ । ଜିଲ୍ଲାର ଘଟଗାଁ ଥାନା ଅନ୍ତର୍ଗତ ତୋରାଣୀ ପୋଖରୀ ଗ୍ରାମ ନିକଟରେ ଏକ ଗୋରୁ ବୋଝେଇ ପିକଅପକୁ ଅଟକ ରଖିବା ସହ ଦୁଅଜଣଙ୍କୁ କାବୁ କରିଛନ୍ତି ଗାଁ ଲୋକ ।

ବେଆଇନ ଗୋରୁ ଚାଲାଣ,ଦୁଇଜଣଙ୍କୁ କାବୁ କଲେ ଗ୍ରାମବାସୀ

ସୂଚନାଅନୁସାରେ,ରବିବାର ଭୋର 4ଟା ବେଳେ OR11 J 5545 ନମ୍ବର ଥିବା ଏକ ପିକଅପ ଭ୍ୟାନ ଗୋରୁ ବେଝେଇ କରି ଯାଉଥିବାର ଖବର ପାଇଥିଲେ ତୋରାଣି ପୋଖରୀ ଗାଁ ଲୋକ । ଘଟଣାସ୍ଥଳରେ ଗାଁ ଲୋକ ପହଞ୍ଚି ଗାଡିକୁ ଅଟକାଇବା ସହ ଦୁଇଜଣଙ୍କୁ କାବୁ କରିଛନ୍ତି । ଏହା ସହ 11ଟି ବଳଦକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

ତେବେ ଗାଡି ଡ୍ରାଇଭରକୁ ଗୋରୁ ଚାଲାଣ ବିଷୟରେ ଗାଁ ଲୋକ ପଚରାଉଚରା କରିଥିଲେ ହେଲେ ସେମାନଙ୍କଠାରୁ କିଛି ସନ୍ତୋଷମୂଳକ ଉତ୍ତର ମିଳି ନଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାରେ ଢେଙ୍କିକୋଟ ଫାଣ୍ଡି ପୋଲିସ ଖବର ପାଇ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ପରେ କାବୁ ହୋଇଥିବା ଦୁଇଜଣଙ୍କୁ ଘଟଗାଁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଦୀର୍ଘଦିନ ହେବ ସେହି ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details