ଓଡିଶା

odisha

ETV Bharat / state

୧୭ ଦଫା ଦାବି ନେଇ ସିଟୁର ଦାବିପତ୍ର - କେନ୍ଦୁଝର ୧୭ ଦାବି ନେଇ ସିଟୁ ପକ୍ଷରୁ ଦାବିପତ୍ର

ଆଶା, ଅଙ୍ଗନବାଡି, ପାଚିକା ମାନେ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି । ସେମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ସଠିକ ଭାବେ ମିଳୁନାହିଁ । ଏନେଇ ଶୁକ୍ରବାର କେନ୍ଦୁଝରରେ ସର୍ବଭାରତୀୟ ଟ୍ରେଡ ୟୁନିୟନ କେନ୍ଦ୍ର ତଥା ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

୧୭ ଦାବି ନେଇ ସିଟୁ ପକ୍ଷରୁ ଦାବିପତ୍ର
୧୭ ଦାବି ନେଇ ସିଟୁ ପକ୍ଷରୁ ଦାବିପତ୍ର

By

Published : Aug 7, 2020, 10:41 PM IST

କେନ୍ଦୁଝର : ୧୭ ଦାବି ନେଇ ସିଟୁ ପକ୍ଷରୁ ଦାବିପତ୍ର । ସାରା ବିଶ୍ବରେ କୋରୋନା ମହମାରୀ ତାର ତାଣ୍ଡବ ଲୀଳା ଜାରି ରଖିଛି । ଏହି ମହମାରୀରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି।

୧୭ ଦାବି ନେଇ ସିଟୁ ପକ୍ଷରୁ ଦାବିପତ୍ର

କୋରୋନା ମହମାରୀକୁ ପ୍ରତିହିତ କରିବା ପାଇଁ ଆଶା, ଅଙ୍ଗନବାଡି, ପାଚିକା ମାନେ ମଧ୍ୟ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି । ସେମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ସଠିକ ଭାବେ ମିଳୁନଥିବା ଅଭିଯୋଗ କରିଛି ସିଟୁ । ଏନେଇ ଶୁକ୍ରବାର କେନ୍ଦୁଝରରେ ସର୍ବଭାରତୀୟ ଟ୍ରେଡ ୟୁନିୟନ କେନ୍ଦ୍ର ତଥା ସିଟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ୧୭ ଦଫା ଦାବିନେଇ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ସିଟୁ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସିଟୁ ଚେତାବନୀ ଦେଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

For All Latest Updates

TAGGED:

cituashaCITU

ABOUT THE AUTHOR

...view details