ଆନନ୍ଦପୁର: କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ମହଙ୍ଗା ପଡିଲା । ଲୁଗା ଦୋକାନକୁ ସିଲ କଲା ପ୍ରଶାସନ । ସଟର ବନ୍ଦ କରି ଚାଲିଥିଲା ବ୍ୟବସାୟ । ଜିଲ୍ଲା ପ୍ରଶାସନ ସିଲ କରିଛି । ମହାମାରୀ କୋରୋନାକୁ ନେଇ ଲାଗୁ ହୋଇଛି ଲକଡାଉନ । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ବଜାରରେ ନୂଆକରି ଖୋଲିଥିବା ରାଜ ମନ୍ଦିର ଫେସନକୁ ଆଜି (ସୋମବାର) ପ୍ରଶାସନ ତରଫରୁ ସିଲ କରାଯାଇଛି ।
କୋଭିଡ୍ କଟକଣା ପାଇଁ ଲକଡାଉନ ଚାଲିଥିବାବେଳେ କେବଳ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଆଗକୁ ସାବିତ୍ରୀ ଥିବାରୁ ମୁନାଫା ଆଶାରେ ଦୋକାନୀ ଏସବୁ ଖାତିର କରୁନାହାଁନ୍ତି । ଏମିତି ଜଣେ ଲୁଗା ଦୋକାନୀ ସଟର ଟାଣି ଭିତରେ ବେପାର କରୁଥିଲେ । ଏପରିକି ଗୋଟିଏ ଲୁଗା ଦୋକାନରେ ଏକାଠି ହୋଇଥିଲେ ଦୁଇ ଶହରୁ ଅଧିକ ଗ୍ରାହକ ।