କେନ୍ଦୁଝର: କୋରୋନାର ଦ୍ୱିତୀୟ ଲହରୀ ହଟିବା ପରେ ସବୁଠି ଭିଡ଼ ପରିଲକ୍ଷିତ ହେଉଛି । ସାମାଜିକ ସ୍ଥାନ ହେଉକି ସରକାରୀ କାର୍ଯ୍ୟାଳୟ ସବୁଠି ଲୋକେ କଟକଣା ମାନୁ ନାହାନ୍ତି । ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ।
ଶ୍ରମିକ କାର୍ଡ ପାଇଁ ଲମ୍ବାଧାଡି, ସାମାଜିକ ଦୂରତାକୁ ଫୁ - ଶ୍ରମିକ କାର୍ଡ ପାଇଁ ଲମ୍ବାଧାଡି, ସାମାଜିକ ଦୂରତା କୁ ଫୁ
ସାମାଜିକ ସ୍ଥାନ ହେଉକି ସରକାରୀ କାର୍ଯ୍ୟାଳୟ ସବୁଠି ଲୋକେ କଟକଣା ମାନୁ ନାହାଁନ୍ତି । ଆଜି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ । ଅଧିକ ପଢନ୍ତୁ...
ଶ୍ରମିକ କାର୍ଡ ପାଇଁ ଲମ୍ବାଧାଡି, ସାମାଜିକ ଦୂରତା କୁ ଫୁ
କୋରୋନା କଟକଣା କୋହଳ ହେବା ପରେ ଶ୍ରମିକ କାର୍ଡ ପୁନଃ ପଞ୍ଜୀକରଣ ନେଇ ଏହି ଭିଡ଼ ପରିଲକ୍ଷିତ ହୋଇଥିଲା । କୋରୋନା ସମୟରେ ଏହି କାର୍ଡଧାରୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥକ ସହଯୋଗ ପ୍ରଦାନ କରାଯାଇଥିଲା । ଫଳରେ ଲୋକେ କଟକଣା କି ସାମାଜିକ ଦୂରତା ନମାନି ପୁନଃ ପଞ୍ଜିକରଣ ପାଇଁ ଲମ୍ବାଧାଡି ଲମ୍ବାଇ ଥିଲେ । ଏନେଇ ଶ୍ରମ ଅଧିକାରୀଙ୍କୁ ପଚାରିବାରୁ କର୍ମଚାରୀ ଅଭାବକୁ କୋରୋନା କଟକଣା ହଟିବାରୁ ଏଭଳି ଭିଡ଼ ହେଉଥିବା ପ୍ରକାଶ କରିଥିଲେ । ଭିଡ଼ ନେଇ ଲୋକଙ୍କୁ ସଚେତନତା କରାଯାଉଥିବା ଅଧିକାରୀ ପ୍ରକାଶ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ