କେନ୍ଦୁଝର: ରାଙ୍କୀ ଠାରେ ପ୍ରତିଷ୍ଠା ହେବାକୁ ଥିବା କୋଭିଡ଼ ୧୯ ହସ୍ପିଟାଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାକୁ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ‘୫ଟି’ ସଚିବ ଭିକେ ପାଣ୍ଡିଆନ ଆସି ନିରୀକ୍ଷଣ କରିଛନ୍ତି । ଉତ୍କଳ ହସ୍ପିଟାଲ ଓ ଜିଲ୍ଲା ଖଣିଜ ପାଣ୍ଠିର ମିଳିତ ସହଯୋଗରେ ଏହି କୋଭିଡ଼ ୧୯ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲୁଛି ।
ମୁଖ୍ୟଶାସନ ସଚିବ ଓ ୫ଟି ସଚିବଙ୍କ କୋଭିଡ଼ ହସ୍ପିଟାଲ ନିରୀକ୍ଷଣ - କୋଭିଡ଼ ହସ୍ପିଟାଲ ନିରୀକ୍ଷଣ
ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ‘୫ଟି’ ସଚିବ ଭିକେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ଗସ୍ତ କରି କୋଭିଡ଼ ହସ୍ପିଟାଲ ନିରୀକ୍ଷଣ କରିଛନ୍ତି । ଅଧିକ ପଢନ୍ତୁ..
![ମୁଖ୍ୟଶାସନ ସଚିବ ଓ ୫ଟି ସଚିବଙ୍କ କୋଭିଡ଼ ହସ୍ପିଟାଲ ନିରୀକ୍ଷଣ covid-hospital-inspection](https://etvbharatimages.akamaized.net/etvbharat/prod-images/768-512-6812951-thumbnail-3x2-mayurabhanja.jpg)
covid-hospital-inspection
ମୁଖ୍ୟଶାସନ ସଚିବ ଓ ୫ଟି ସଚିବଙ୍କ କୋଭିଡ଼ ହସ୍ପିଟାଲ ନିରୀକ୍ଷଣ
ଏହି ଦୁଇ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଦଶଟି ICU ସହ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ଜିଲ୍ଲାରେ ଯୋଡ଼ା ଠାରେ ମଧ୍ୟ ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ୧୯ ହସ୍ପିଟାଲ ଆରମ୍ଭ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ଏହି ଗ୍ରସ୍ତ ସମୟରେ ଲକଡାଉନ ସରିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ହସ୍ପିଟାଲ ନିରୀକ୍ଷଣ ପରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Apr 16, 2020, 3:09 PM IST