କେନ୍ଦୁଝର:କୋଭିଡ କଟକଣାକୁ ଫୁ କରି କରାଯାଉଛି ଜନ ସଚେତନତା । କୋରୋନା ମହାମାରୀରୁ ରକ୍ଷା କରିବା ବିଜେଡି ପକ୍ଷରୁ କରାଯାଉଛି ଜନ ସଚେତନତା ଅଭିଯାନ । ଘର ଘର ବୁଲି ଦଳର କର୍ମୀମାନେ ମାସ୍କ ଓ ସାନିଟାଇଜର ବାଣ୍ଟୁଛନ୍ତି । ଦଳ ପକ୍ଷରୁ ନୂତନ ଯୁବ ସଭାପତିଙ୍କ ନେତୃତ୍ବରେ କେନ୍ଦୁଝର ସହରରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କୋଭିଡ ନିୟମ ଭାଙ୍ଗି ଚାଲିଛି ସଚେତନତା କାର୍ଯ୍ୟକ୍ରମ - କୋଭିଡ କଟକଣାକୁ ଫୁ
କୋଭିଡ ନିୟମ ଭୁଲିଗଲେ ବିଜେଡିର କର୍ମୀ ଓ ନେତା । କୋଭିଡ ସଚେତନତା ସମୟରେ ମାନିଲେନି କଟକଣା । ଅଧିକ ପଢନ୍ତୁ....
କୋଭିଡ ନିୟମକୁ ଫୁ କରି ଚାଲିଛି ଜନସଚେତନତା
କୋଭିଡ ନିୟମ ଭାଙ୍ଗି ଚାଲିଛି ସଚେତନତା କାର୍ଯ୍ୟକ୍ରମ
ବିଜୁ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ପରେ ଏକ ବିରାଟ ପଟୁଆରରେ ସହରର ସାତ ନମ୍ବର ୱାର୍ଡରେ ମାସ୍କ ବଣ୍ଟନ କରିଥିଲେ ଦଳର ଶତାଧିକ କର୍ମୀ । କୋଭିଡ଼ ବିରୋଧରେ ସଚେତନତା ଅଭିଯାନରେ କୋଭିଡ଼ ନିୟମକୁ ଭଙ୍ଗ କରିଥିଲେ ଦଳର ତୁଙ୍ଗ ନେତାମାନେ। ଯୁବ ସଭାପତିଙ୍କ ନେତୃତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ସାଂସଦ, ଚମ୍ପୁଆ ବିଧାୟିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆଦି ମଧ୍ୟ ସାମିଲ ହୋଇଥିଲେ । ପ୍ରଶାସନ ଓ ପୋଲିସ ସାଧାରଣ ଲୋକଙ୍କ ପାଇଁ କଡା ନିୟମ ଜାରି କରୁଥିବା ବେଳେ ନେତାଙ୍କ ପାଇଁ କାହିଁକି ନିୟମ କୋହଳ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Oct 14, 2020, 5:10 PM IST