କେନ୍ଦୁଝର :କୋରୋନାର ଦ୍ବିତୀୟ ଲହରୀ ତାର କାୟା ବିସ୍ତାର କରିଚାଲିଛି । ଏଥିରେ ବହୁ ଆକ୍ରାନ୍ତ ପ୍ରାଣ ହରାଇ ସାରିଲେଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସରକାର ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀଙ୍କ ସଂଖ୍ୟା କମ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ ୩୬ ଜଣ କଏଦୀଙ୍କୁ ପାରୋଲରେ ଯିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।
ଜେଲରେ ବି କୋଭିଡ ଭୟ, କେନ୍ଦୁଝର ଜେଲରୁ ପାରୋଲରେ ଗଲେ 3 କଏଦୀ - କେନ୍ଦୁଝର ଜିଲ୍ଲା କାରାଗାର
ଜେଲ ଅନ୍ତେବାସୀଙ୍କ ପାଇଁ ଘାରିବାରେ ଲାଗିଛି କୋଭିଡ ସଂକ୍ରମଣର ଭୟ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜେଲରେ କଏଦୀ ସଂଖ୍ୟା କମ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି କେନ୍ଦୁଝର ଜିଲ୍ଲା କାରାଗାରରୁ ପାରୋଲରେ ଗଲେ 3 କଏଦୀ । ଅଧିକ ପଢନ୍ତୁ...
ନିର୍ଦ୍ଦେଶ ମିଳିବା ପରେ ଆଜି ଏହି ୩୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ୯୦ ଦିନ ପାଇଁ ପାରୋଲରେ ଛଡା ଯାଇଥିବା ଜଣାପଡିଛି । ଏହି 3 କଏଦୀଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଛଡାଯାଇଛି । ଆଜିକୁ ମିଶାଇ ୩୬ ଜଣଙ୍କ ମଧ୍ୟରୁ ୩୩ ଜଣ କଏଦୀ ପରୋଲରେ ଯାଇଛନ୍ତି। ଏହି ସୁଧାର ମୂଳକ କାର୍ଯ୍ୟରେ ୩ ଜଣକୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଛଡା ଯାଇଥିବ ବୋଲି ଜେଲର ଅମୀୟ ବେହେରା ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଜେଲ ମଧ୍ୟରୁ ୯ ଜଣ କଏଦୀଙ୍କ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଥିଲା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର , ଇଟିଭି ଭାରତ