କେନ୍ଦୁଝର: ଭତ୍ତା ପାଇଁ ହ୍ବିଲ୍ ଚେୟାରରେ ଯିବାକୁ ପଡିଲା 17 କିମି । କେନ୍ଦୁଝର ଜିଲ୍ଲାର ରତ୍ନଗର୍ଭା ଚମ୍ପୁଆ ବ୍ଲକରେ ହିତାଧିକାରୀଙ୍କ ଦୁରବସ୍ଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିବ୍ୟାଙ୍ଗ ଭତ୍ତା ପାଇଁ ଦୀର୍ଘ 17 କିମି ଦୂର ସ୍ବାମୀଙ୍କୁ ଏକ ହ୍ବିଲ୍ ଚେୟାରରେ ବ୍ଲକ୍ କାର୍ଯ୍ୟାଳୟକୁ ଠେଲି ଠେଲି ଆଣିଛନ୍ତି ପତ୍ନୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକରେ ।
ସୂଚନା ଅନୁଯାୟୀ, ବଡନଈ ଗାଁର ଡୁଲୁଙ୍ଗ ଚାତମ୍ବାଙ୍କର ଗୋଟିଏ ଗୋଡ ଓ ହାତ ଅଚଳ ହୋଇଯାଇଥିଲା । ସେ ଏକ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରି ବିଫଳ ହେବାରୁ ମଙ୍ଗଳବାର, ତାଙ୍କ ସ୍ତ୍ରୀ ବଡନଈରୁ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଯିବାକୁ ଚିନ୍ତା କରିଥିଲେ ।