କେନ୍ଦୁଝର : କେନ୍ଦୁଝର ସହରରେ ସମସ୍ତ ଘରକୁ ପାଣି ଯୋଗାଇବା ପାଇପ ଲାଇନ ବିଛା ଚାଲିଛି । କିନ୍ତୁ ଏହି ପାଇପ ଲାଇନ ବିଛାଇବାରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ୭ଟି ଗୁପ୍ତ ଟେଣ୍ଡର ମାଧ୍ୟମରେ କାମ ବଣ୍ଟା ଯାଇଥିବାବେଳେ ଜନୈକ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା ଅଭିଯୋଗ କରିଛି ବିଜେପି ।
ପାନୀୟ ଜଳ ପାଇପ ବିଛାରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ଦ୍ବାରସ୍ଥ ହେଲା ବିଜେପି - ପାନୀୟ ଜଳ ପାଇପ ବିଛାରେ ଦୁର୍ନୀତି
ସରକାର ସମସ୍ତ ଘରକୁ ପାନୀୟଜଳ ଯୋଗାଇବା ପାଇଁ ବଦ୍ଧ ପରିକର । ଏଥିପାଇଁ ଗାଁରୁ ସହର ସବୁ ସ୍ଥାନରେ ପାଇପ ଲାଇନ ବିଛା ଚାଲିଛି । ଅଧିକ ପଢ଼ନ୍ତୁ
ପାନୀୟ ଜଳ ପାଇପ ବିଛାରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ଦ୍ବାରସ୍ଥ ହେଲା ବିଜେପି
ଗତ ୨୦୨୧ ମସିହାରେ ପାଇପ ଲାଇନ ବିଛାରେ ମିଟର ପିଛା ଅଧିକ ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ଏକ ଦାବିପତ୍ର ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରାଯାଇଛି । ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ପାନୀୟ ଜଳଯୋଗାଣ ବିଭାଗ ଦ୍ଵାରା କରାଯାଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବି କରିଛି ବିଜେପି । ଦାବିପତ୍ର ପ୍ରଦାନ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ସଠିକ ତଦନ୍ତ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ