କେନ୍ଦୁଝର: ବିଶ୍ବରେ କୋଭିଡ଼ ୧୯ ମହାମାରୀର ରୂପ ନେଇ ତାର ପାଦ ଥାପି ସାରିଛି । ଏହି ମହାମାରୀ କୋରୋନା ଯୋଗୁଁ ବହୁ ଦେଶରେ ସାଧାରଣ ଜନତା ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଚିକିତ୍ସା ସାଙ୍ଗକୁ ଏଥିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବଞ୍ଚିବା ପାଇଁ ବହୁ ଦେଶ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ଯୋଗୁଁ ବହୁ ଦେଶର ଅର୍ଥନୀତି ଖରାପ ହୋଇଥିବା ବେଳେ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ରୋଗରୁ ରକ୍ଷା କରିବାରେ ଜୀବନକୁ ବାଜି ଲଗାଇଛନ୍ତି ପୋଲିସ, ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତର । ତେବେ କୌଣସି ସଂକ୍ରମିତଙ୍କ ସହ ସିଧାସଳଖ ଯୋଗାଯୋଗ ରଖିଥିବା ଡାକ୍ତର ହେଉଛନ୍ତି ଦନ୍ତ ଚିକିତ୍ସକମାନେ । ସେମାନଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି । କାରଣ ଆକ୍ରାନ୍ତ ହେଉ ଅବା ସନ୍ଦିଗ୍ଧଙ୍କ ମୁହଁରୁ ଲାଳ ସଂଗ୍ରହ କରିଥାନ୍ତି ସେହି ଦନ୍ତ ଚିକିତ୍ସକମାନେ ।
ତେବେ ଭାରତ ସରକାର ସମସ୍ତ ଡାକ୍ତରଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିଥିବାବେଳେ ବହୁ ରାଜ୍ୟ ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶ ସରକାର ସମସ୍ତ ସରକାରୀ ଓ ବେସରକାରୀ ଉଭୟ ଦନ୍ତ ଚିକିତ୍ସକଙ୍କ ପାଇଁ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ଓଡିଶା ସରକାର କେବଳ ସରକାରୀ ଡାକ୍ତରଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ପରିସ୍ଥିତିରେ ପାଇଁ ସରକାର ସହାୟତା ପାଇଁ ଆଶା ରଖିଛନ୍ତି ବେସରକାରୀ ଦନ୍ତ ଚିକିତ୍ସକ । ସହାୟତା ମିଳୁ ବା ନମିଳୁ ମାନବ ସେବାକୁ ମୂଳମନ୍ତ୍ର କରି ସମସ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦନ୍ତ ଚିକିତ୍ସକ ।