କେନ୍ଦୁଝର: ମାରାତ୍ମକ କୋରୋନା ଭୁତାଣୁ ଏବେ ମହାମାରୀର ରୂପ ନେଇ ସାରା ବିଶ୍ବକୁ କବଳିତ କରିଛି । ଏହାର ପ୍ରଭାବରେ ବିଶ୍ବର ଶକ୍ତିଶାଳୀ ଦେଶ ଗୁଡିକ ମଧ୍ୟ ବର୍ତ୍ତି ପାରିନାହାନ୍ତି । କୋରୋନା ପ୍ରଭାବରେ ଭାରତରେ ଵର୍ତମାନ ପର୍ଯ୍ୟନ୍ତ 9 ଶହରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 26 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସହରରୁ ଗାଁ ଧୀରେ ଧୀରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏହାର କିଛି ଝଲକ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ବାଂଶପାଳ ବ୍ଲକର ବାରହାଗଡ଼ ପଞ୍ଚାୟତର ନଡ଼ାମ ଗ୍ରାମରେ ।
ଏହି ମହାମାରୀରୁ ସାଧାରଣ ଜନତାଙ୍କୁ ମୁକୁଳାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭରପୁର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବା ଓ ପରିଷ୍କାର ପରିଚ୍ଛନ୍ନ ରହିବାକୁ ସଚେତନ କରାଉଛନ୍ତି ।
ଗ୍ରାମର ପ୍ରମୁଖ ରାସ୍ତା ଉପରେ କାଠ ପକାଇ ରାସ୍ତା ଅବରୋଧ କରାଯାଇଥିଲା । ଆଦିମ ଜନଜାତି ଜୁଆଙ୍ଗ ଜନଜାତି ବହୁଳ ଉକ୍ତ ଗ୍ରାମ ହୋଇଥିଲେ ହେଁ ସଚେତନତା ବାର୍ତ୍ତା ଉକ୍ତ ଗ୍ରାମରେ ପହଞ୍ଚିଥିବା ଜଣାପଡିଛି। ପ୍ରଥମେ ଗ୍ରାମର ଯୁବକମାନେ ଅଜଣା ବ୍ୟକ୍ତିଙ୍କୁ ଗ୍ରାମକୁ ପ୍ରବେଶ ନିଷେଧ କହୁଥିବା ଜଣାପଡିଛି ।