କେନ୍ଦୁଝର: କୋରୋନା ଭୂତାଣୁର ବ୍ୟାପକତାକୁ ନେଇ ସରକାର ଏବେ ପୂର୍ଣ୍ଣ ତତ୍ପର । ରବିବାର ଜନତା କର୍ଫ୍ୟୁକୁ କେନ୍ଦୁଝର ଜିଲ୍ଲାରେ ସଫଳତା ମିଳିଥିଲା ବେଳେ ଏହାକୁ ଦେଖି ସୋମବାର କେନ୍ଦୁଝର ଜିଲ୍ଲାରେ ପୂର୍ବ ନିର୍ଦ୍ଦେଶ ମୁତାବକ 144 ଧାରାକୁ ପ୍ରଶାସନ କଡାକଡି କରିଛି । ଜନ ଗହଳି ଏଡାଇବା ପାଇଁ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ପୋଲିସ ପକ୍ଷରୁ ବନ୍ଦ କରାଯାଉଛି ।
କୋରୋନା ସତର୍କତା: କେନ୍ଦୁଝରରେ ଲାଗିଲା ଧାରା 144 - କେନ୍ଦୁଝରରେ ଧାରା 144
କୋରୋନା ଭୂତାଣୁର ବ୍ୟାପକତାକୁ ନେଇ ସରକାର ଏବେ ପୂର୍ଣ୍ଣ ତତ୍ପର । ରବିବାର ଜନତା କର୍ଫ୍ୟୁକୁ କେନ୍ଦୁଝର ଜିଲ୍ଲାରେ ସଫଳତା ମିଳିଥିଲା ବେଳେ ଏହାକୁ ଦେଖି ସୋମବାର କେନ୍ଦୁଝର ଜିଲ୍ଲାରେ ପୂର୍ବ ନିର୍ଦ୍ଦେଶ ମୁତାବକ 144 ଧାରାକୁ ପ୍ରଶାସନ କଡାକଡି କରିଛି ।
![କୋରୋନା ସତର୍କତା: କେନ୍ଦୁଝରରେ ଲାଗିଲା ଧାରା 144 keonjhar latest news, section 144 implemented in keonjhar, corona awareness, corona awareness in keonjhar, corona virus update, କୋରୋନା ଭାଇରସ ଅପଡେଟ, କୋରୋନା ସତର୍କତା, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍, କେନ୍ଦୁଝରରେ ଧାରା 144, କେନ୍ଦୁଝରରେ କୋରୋନା ସତର୍କତା](https://etvbharatimages.akamaized.net/etvbharat/prod-images/768-512-6516011-thumbnail-3x2-kjr.jpg)
କୋରୋନା ସତର୍କତା: କେନ୍ଦୁଝରରେ ଲାଗିଲା ଧାରା 144
କୋରୋନା ସତର୍କତା: କେନ୍ଦୁଝରରେ ଲାଗିଲା ଧାରା 144
ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକୁ ଛାଡି ଦେଲେ ଅନ୍ୟାନ୍ୟ ଦୋକାନ ବଜାରକୁ ବନ୍ଦ କରାଯାଇଛି । ଏହି ଆଇନ କେତେ ଦିନ ବଳବତ୍ତର ରହିବ ତାହା ଆଗାମୀ ନିର୍ଦ୍ଦେଶ ପରେ ଜଣା ପଡିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଶାସନ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରି ବ୍ୟବସାୟୀମାନେ ନିଜ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଆଗାମୀ ଦିନରେ ମଧ୍ୟ ପ୍ରଶାସନକୁ ସହଯୋଗ କରାଯିବ ବୋଲି ବ୍ୟବସାୟୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ