ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ବିରୋଧୀ ମନ୍ତବ୍ୟ ନେଇ ଥାନାରେ ଏତଲା, କ୍ଷମା ମାଗିଲେ ବିଧାୟକ

ଦିବ୍ୟାଙ୍ଗଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ହରଡ଼ ଘଣାରେ ଘଷିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ବଦ୍ରୀ ନାରାୟଣ ପାତ୍ର । ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଦିବ୍ୟାଙ୍ଗ ସଙ୍ଘ । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ବିରୋଧୀ ମନ୍ତବ୍ୟ ନେଇ ଥାନାରେ ଏତଲା
ଦିବ୍ୟାଙ୍ଗ ବିରୋଧୀ ମନ୍ତବ୍ୟ ନେଇ ଥାନାରେ ଏତଲା

By

Published : Aug 13, 2023, 3:59 PM IST

ଦିବ୍ୟାଙ୍ଗ ବିରୋଧୀ ମନ୍ତବ୍ୟ ନେଇ ଥାନାରେ ଏତଲା

କେନ୍ଦୁଝର: ଦିବ୍ୟାଙ୍ଗଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ବଦ୍ରୀ ନାରାୟଣ ପାତ୍ର । ଏକ ଘରୋଇ ଟିଭି ଚ୍ୟାନେଲକୁ ବିଧାୟକ ପାର୍ଥି ନେଇ ମନ୍ତବ୍ୟ ଦେବା ବେଳେ ଦିବ୍ୟାଙ୍ଗଙ୍କୁ କୁଠାରଘାତ କଲା ଭଳି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ଏନେଇ ଭିନ୍ନସକ୍ଷମ ସାରଥୀଭରସା ସଙ୍ଘ । ସେପଟେ ଏହାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ।

ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ୨୧ ଗୋଟି ଭିନ୍ନକ୍ଷମ ଯୋଜନାରେ ସରକାର ଦିବ୍ୟାଙ୍ଗଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ କରି ଆସୁଛନ୍ତି । କେନ୍ଦ୍ର ସରକାର ହେଉକି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଦିବ୍ୟାଙ୍ଗଙ୍କୁ ପ୍ରଧାନ୍ୟ ଦିଆଯାଉଛି । ଦିବ୍ୟାଙ୍ଗଙ୍କ ପ୍ରତି କୌଣସି ବିବାଦୀୟ ମନ୍ତବ୍ୟ ଦେଲେ ସେଥିପାଇଁ କଡ଼ା ଦଣ୍ଡବିଧାନ ନେଇ ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ ବହୁ ସମୟରେ ସାଧାରଣ ବ୍ୟକ୍ତି ହୁଅନ୍ତୁ କି ଉଚ୍ଚ ପଦସ୍ଥ ନେତା ଓ ଅଧିକାରୀ ନିୟମକୁ ପାଳନ କରୁନଥିବା ଦେଖାଯାଉଛି ।

ଏକ ଘରୋଇ ଟିଭି ଚ୍ୟାନେଲକୁ ବିଧାୟକ ପାର୍ଥୀ ନେଇ ମନ୍ତବ୍ୟ ଦେବା ବେଳେ ଦିବ୍ୟାଙ୍ଗଙ୍କୁ କୁଠାରଘାତ କଲା ଭଳି ମନ୍ତବ୍ୟ ଦେଇଥିଲେ ବିଧାୟକ । ଏହା ପ୍ରକାଶିତ ହେବା ପରେ ଦିବ୍ୟାଙ୍ଗ ସଙ୍ଘ ପ୍ରତିକ୍ରିୟାଶୀଳ ହୋଇଛି । ଜାଣିଶୁଣି ବିଧାୟକ ବିବାଦୀୟ ମନ୍ତବ୍ୟ ମାଧ୍ୟମରେ କୁଠାରଘାତ କରିଥିବା ଅଭିଯୋଗ କରିଛି ସଂଘ । ଏନେଇ ଭିନ୍ନସକ୍ଷମ ସାରଥୀଭରସା ସଙ୍ଘ ପକ୍ଷରୁ ଟାଉନ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦିଆଯାଇଛି । ଯଥାଶୀଘ୍ର ବିଧାୟକ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଙ୍ଘ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ- ଦିବ୍ୟାଙ୍ଗ କ୍ରୀଡାବିତ ମଧୁସ୍ମିତା ସାହୁଙ୍କୁ ପ୍ରୋତ୍ସାହନ, ମିଳିଲା 3ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ

ମୁଖ୍ୟମନ୍ତ୍ରୀ ବଦ୍ରୀ ପାତ୍ରଙ୍କୁ ବିଧାୟକ ପାର୍ଥୀ ନ କରିବା ପାଇଁ ଦାବି କରିଛି ସଙ୍ଘ । ଏତଲା ନେଇ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଜିଲ୍ଲାପାଳ ଅଫିସରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଏହି ଏତଲା ନେଇ ପୋଲିସ ପକ୍ଷରୁ କିଛି ଏଫ୍‌ଆଇଆର ହୋଇ ନଥିବା ଜଣାପଡିଛି । ଏନେଇ ଘଷିପୁରା ବିଧାୟକଙ୍କୁ ପଚାରିବାରୁ ସେ ଜାଣିଶୁଣି କୌଣସି ମନ୍ତବ୍ୟ ଦେଇନଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ସରକାର ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ପାର୍ଥିତ୍ବ ନେଇ ମନ୍ତବ୍ୟ ଦେଇଥିଲି । ଏହି ମନ୍ତବ୍ୟ ନେଇ କୌଣସି ଦିବ୍ୟାଙ୍ଗ ଭାଇ ମାନଙ୍କୁ ଆଘାତ ପ୍ରାପ୍ତ ହୋଇଥିଲେ ମୁଁ କ୍ଷମା ପ୍ରାର୍ଥନା କରୁଛି ।"

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details