କେନ୍ଦୁଝର: ଜିଲ୍ଲାରେ ନିର୍ମାଣ ମଜଦୁର ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଶଦଫା ଦାବି ନେଇ ସଙ୍ଘ ଏହି ବିକ୍ଷୋଭ କରୁଛି । ତେବେ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 15 ଶହ ଟଙ୍କା ପ୍ରଦାନେର ବିଳମ୍ବ, ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ଆଦି ଦାବି ରଖିଛି ସଙ୍ଘ ।
କେନ୍ଦୁଝର ଜିଲ୍ଲା ନିର୍ମାଣ ମଜଦୁର ସଙ୍ଘ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସଙ୍ଘ ଜିଲ୍ଲାପାଳଙ୍କ ସମ୍ମୁଖରେ 10ଟି ଦାବି ରଖିଛି । ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ପନ୍ଦର ଶହ ଟଙ୍କା ଅନୁଦାନ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଅନୁଦାନ ଅର୍ଥ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ । ଏଥିସହ ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ କରାଯାଉ ନାହିଁ । ନିର୍ମାଣ ଶ୍ରମିକଙ୍କ କୌଣସି ପଞ୍ଜିକରଣ କରାଯାଉନଥିବା ଅଭିଯୋଗ କରିଛି ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ।