କେନ୍ଦୁଝର:ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲା ରାଜନୀତି ସେତେ ସରଗରମ ହେଉଛି । ନିଜ ଦଳ ଛାଡି ଏବେ ଶଙ୍ଖ ଫୁଙ୍କିବାକୁ ଲାଇନ ଲଗେଇଛନ୍ତି ନେତା । କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନାହିଁ । ଆଜି ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସମ୍ପାଦକ ତଥା କଂଗ୍ରେସ ନେତା ସୂର୍ଯ୍ୟନାରାୟଣ କର ବିଜେଡି଼ରେ ମିଶିଛନ୍ତି ।
ସୂର୍ଯ୍ୟନାରାୟଣ ନିଜ ଶତାଧିକ ସମର୍ଥକଙ୍କ ସହ ରାଜ୍ୟ ବିଜେଡି଼ କାର୍ଯ୍ୟାଳୟରେ ରାଜ୍ୟ ସଂଗଠନ ସମ୍ପାଦକ ବବି ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶଙ୍ଖ ଫୁଙ୍କିଛନ୍ତି । ସୂର୍ଯ୍ୟନାରାୟଣ ବିଜେଡି଼ରେ ମିଶିବା ଫଳରେ ବହୁ ଯୁବ ବ୍ୟବସାୟୀ ଓ ଟ୍ରକ ମାଲିକ ତାଙ୍କ ସହ ବିଜେଡି଼ ସଂଗଠନ ସହ ଯୋଡି ହେବେ । ଏହା ବିଜେଡି଼କୁ ପଞ୍ଚାୟତ ନିର୍ଵାଚନ ଓ ଆସନ୍ତା ପୌରପାଳିକା ନିର୍ବାଚନ ପାର କରିବାରେ ବେଶ ସହାୟକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।