ଆନନ୍ଦପୁର: ସାରା ବିଶ୍ଵରେ କୋରୋନା ଆତଙ୍କ। ଏହି ମହାମାରୀ କୋରୋନା ଭୂତାଣୁ ବିରୋଧରେ ଏବେ ସାରା ଦେଶ ଏକାଠି ହୋଇ ଲଢେଇ କରୁଛି। ତେବେ ଏହି ଲଢେଇରେ ପୋଲିସ, ଡାକ୍ତର, ସମାଜସେବୀ, ସଫେଇ କର୍ମଚାରୀ ଆଦି ଆଗ ଧାଡ଼ିରେ ଅଛନ୍ତି । ଯେଉଁମାନେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ।
କେନ୍ଦୁଝର ଜୟଦୁର୍ଗା ସେବାଟ୍ରଷ୍ଟ ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା - ଆନନ୍ଦପୁର ଉପଖଣ୍ଡ ଝାଡେଶ୍ୱର ମନ୍ଦିର କଲ୍ୟାଣି ମଣ୍ଡପ
ଆନନ୍ଦପୁର ଉପଖଣ୍ଡ ଝାଡେଶ୍ୱର ମନ୍ଦିର କଲ୍ୟାଣୀ ମଣ୍ଡପଠାରେ ଜୟଦୁର୍ଗା ସେବା ଟ୍ରଷ୍ଟ ପକ୍ଷରୁ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ମୁଦ୍ରଣ ଓ ବୈଦୁତିକ ଏବଂ ସାମାଜିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ...

କେନ୍ଦୁଝର ଜୟଦୁର୍ଗା ସେବାଟ୍ରଷ୍ଟ ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
କେନ୍ଦୁଝର ଜୟଦୁର୍ଗା ସେବାଟ୍ରଷ୍ଟ ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ତେବେ ଏନେଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଝାଡେଶ୍ୱର ମନ୍ଦିର କଲ୍ୟାଣୀ ମଣ୍ଡପ ଠାରେ ଜୟଦୁର୍ଗା ସେବା ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ମୁଦ୍ରଣ ଓ ବୈଦୁତିକ ଏବଂ ସାମାଜିକ ଗଣମାଧ୍ୟମ ପ୍ରତିନିଧୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ସମ୍ବର୍ଦ୍ଧନାରେ ଜୟଦୁର୍ଗା ଟ୍ରଷ୍ଟର ଅଧକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ଉମାକାନ୍ତ ରାଉତ ଉପସ୍ଥିତ ରହି ପ୍ରତିନିଧିମାନଙ୍କୁ ମାସ୍କ ସାନିଟାଇଜର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ