ଓଡିଶା

odisha

ETV Bharat / state

କୃଷି ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ - complain against agreculture officer

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗ୍ରାମରେ ଜଣେ ହିତାଧିକାରୀଙ୍କର କାଳିଆ ଟଙ୍କା ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯାଉଥିବା ଜଣାପଡିଛି । ଯାହାକୁ ନେଇ କୃଷି କାର୍ଯ୍ୟାଳୟର ଅଧିକାରୀଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ...

complain against agreculture officer
କୃଷି ଅଧିକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

By

Published : Feb 29, 2020, 10:02 PM IST

କେନ୍ଦୁଝର: କୃଷି ଅଧିକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗ୍ରାମରେ ଜଣେ ହିତାଧିକାରୀଙ୍କର କାଳିଆ ଟଙ୍କା ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯାଉଥିବା ଜଣାପଡିଛି । ଯାହାକୁ ନେଇ କୃଷି କାର୍ଯ୍ୟାଳୟର ଅଧିକାରୀଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି ହିତାଧିକାରୀ ।

କୃଷି ଅଧିକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସୂଚନା ଅନୁଯାୟୀ, ତରିମୂଳ ଗ୍ରାମର ଚାଷୀ ଆଦିକନ୍ଦ ମହାନ୍ତି କାଳିଆ ଯୋଜନାରେ ସାମିଲ ହୋଇଥିବାବେଳେ ସରକାରଙ୍କ ସହାୟତା ରାଶି ତାଙ୍କ ବ୍ୟାଙ୍କ ଖାତାକୁ ନଆସି ଅନ୍ୟ ଜଣଙ୍କ ବ୍ୟାଙ୍କ ଖାତାକୁ ଚାଲିଯାଉଛି।

ଏହା ଜାଣିବା ପରେ ସେ ବାରମ୍ବାର କୃଷି କାର୍ଯ୍ୟାଳୟର ଅଧିକାରୀଙ୍କୁ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଫଳ ସବୁଥର ଭଳି ଶୂନ । ଏଣୁ ଆଦିକନ୍ଦ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ବିନୀତ ଅନୁରୋଧ କରିଛନ୍ତି । ଏପଟେ ଏବିଷୟରେ ଆମେ କୃଷି କାର୍ଯ୍ୟାଳୟରେ ପଚାରିବାରୁ ନିଜ ଦୋଷ ଲୁଚାଇବାକୁ ଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି କୃଷି କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details