କେନ୍ଦୁଝର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଆଜି (ଶନିବାର) ଜିଲ୍ଲାର ୪୫ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି । ଏହାସହିତ ଜିଲ୍ଲାରେ ରୂପାନ୍ତରିତ ହାଇସ୍କୁଲ ସଂଖ୍ୟା ୩୪୭ ସଂଖ୍ୟାରେ ପହଞ୍ଚିଛି । ବିଦ୍ୟାଳୟମାନଙ୍କରେ ସ୍ମାର୍ଟ କ୍ଲାସ୍ ରୁମ୍, କମ୍ପ୍ୟୁଟରର ସୁବିଧା କରାଯାଇଛି । ଏନେଇ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକାର୍ପଣ ସମାରୋହରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉଦବୋଧନ ଦେଇ କହିଥିଲେ, "ବର୍ତ୍ତମାନ ଓଡିଶାରେ ରୂପାନ୍ତରଣର ଯୁଗ ଚାଲିଛି । ସ୍କୁଲ, କଲେଜଠାରୁ ଆରମ୍ଭ କରି ହସ୍ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର, ପଞ୍ଚାୟତ, ଗାଁ ସବୁ ସ୍ତରରେ ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । କାରଣ ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ଶିକ୍ଷା ଆମ ସମାଜର ସାମୁହିକ ଚିନ୍ତାଧାରାକୁ ଉଚ୍ଚସ୍ତରକୁ ନେଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।"
ଏହା ବି ପଢନ୍ତୁ- ୪ର୍ଥ ପର୍ଯ୍ୟାୟରେ ଲୋକାର୍ପିତ ହେଲା ଢେଙ୍କାନାଳର ୬୩ଟି ରୂପାନ୍ତରିତ ହାଇସ୍କୁଲ