ଓଡିଶା

odisha

By

Published : Sep 14, 2019, 10:44 PM IST

ETV Bharat / state

ଦୁର୍ଦ୍ଦିନରେ ମାଟି ପାତ୍ର କାରିଗର

ମାର୍କେଟରେ ଚାଇନା ମାଲର ଡିମାଣ୍ଡ । କମାଉଛି ମାଟି ପାତ୍ରର ଆଦର । ଆଉ ଅନ୍ୟପଟେ କଞ୍ଚା ମାଲର ଅଭାବ ଓ ବଜାର ସମସ୍ୟା ଯୋଗୁଁ କୂଳ ବେଉସାକୁ ମୁଁହମୋଡୁଛନ୍ତି କୁମ୍ଭାର ।

ଦୁର୍ଦ୍ଦିନରେ ମାଟି ପାତ୍ର କାରିଗର

କେନ୍ଦୁଝର: ଦେଖନ୍ତୁ ମାଟି କାରିଗରିର ଏ ଦୃଶ୍ୟ । ଭଳିକି ଭଳି ମାଟି ପାତ୍ର ଏବଂ ସାମଗ୍ରୀ ତିଆରି କରୁଛି କୁମ୍ଭାର । ହେଲେ ଏହି ବେଉସା ପାଇଁ ଏବେ ଦୁର୍ଦ୍ଦିନରେ ଏମାନେ ।

ଦୁର୍ଦ୍ଦିନରେ ମାଟି ପାତ୍ର କାରିଗର

ମାର୍କେଟରେ ଚାଇନା ମାଲର ଡିମାଣ୍ଡ । କମଉଛି ମାଟି ପାତ୍ରର ଆଦର । ଆଉ ଅନ୍ୟପଟେ କଞ୍ଚା ମାଲର ଅଭାବ ଓ ବଜାର ସମସ୍ୟା ଯୋଗୁଁ କୂଳ ବେଉସାକୁ ମୁଁହମୋଡୁଛନ୍ତି କୁମ୍ଭାର । ତେବେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମର ମାଟି କାରିଗରମାନେ କୂଳ ବେଉସାକୁ ବଞ୍ଚାଇ ରଖିଛନ୍ତି । କାରଣ ସେ ବୁଝିଛନ୍ତି ତାର ମହତ୍ତ୍ବ । ଆଉ ନିଜ କୂଳବେଉସାକୁ ଛାଡିଲେ ପରିବାର ଚଳିବ ବା କେମିତି ।

ଦିନଥିଲା ଏହି ଗାଁର ମାଟି ତିଆରି ସାମଗ୍ରୀର ଚାହିଦା ଖଣ୍ଡମଣ୍ଡଳରେ ଥିଲା । ଗ୍ରାମର 100ରୁ ଊର୍ଦ୍ଧ୍ବ ପରିବାର ମାଟିରେ ହାଣ୍ଡି, ମାଠିଆ, ସୁରେଇ, ଫୁଲକୁଣ୍ଡ, ଘଡା, ଦୀପ ଆଦି ବିଭିନ୍ନ ଜିନିଷ ତିଆରି କରୁଥିଲେ । ଯାହା ଆନନ୍ଦପୁର ସମେତ ପଡ଼ୋଶୀ ଜିଲ୍ଲା ଯାଜପୁର ଅଞ୍ଚଳରେ ମଧ୍ୟ ବିକ୍ରି ହେଉଥିଲା। ମାତ୍ର ଚାଇନା ମାଲର ଚାହିଦା ବଢିବା ପରେ ଏବେ ଘାଟାରେ ମାଟି ସାମଗ୍ରୀ । ଗୋଟିଏପଟେ ଜିନିଷର ଉଚିତ ମୂଲ୍ୟ ମିଳିପାରୁ ନଥିବା ବେଳେ ଜାଳେଣିର ସମସ୍ୟା ମଧ୍ୟ ଲାଗିରହିଛି । ଯାହା ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ।

ଏବେ ଗ୍ରାମର ହାତ ଗଣତି ପରିବାରକୁ ଛାଡିଦେଲେ ଅନ୍ୟମାନେ ନିଜର କୁଳ ବେଉସାକୁ ଛାଡି ଦେଲେଣି। ଆଉ ଆଗକୁ ମାଟି କାରିଗରଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଏହି ପାରମ୍ପାରିକ ଶିଳ୍ପ ଯେ ଲୋପ ପାଇବ ସେଥିରେ ସନ୍ଦେହ ନାହିଁ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details