କେନ୍ଦୁଝର: କୋଭିଡ଼ ୧୯ ପାଇଁ ସାରା ବିଶ୍ବ ଏବେ ପ୍ରଭାବିତ । ଏଥିପାଇଁ ସରକାର ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ଯୋଗୁଁ ସମସ୍ତ କାର୍ଯ୍ୟ ବନ୍ଦ ହୋଇଛି । ହେଲେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଓ ଖଟିଖିଆ । କାର୍ଯ୍ୟ କ୍ଷେତ୍ରରେ ଶ୍ରମିକମାନେ 12 ଘଣ୍ଟା କାର୍ଯ୍ୟ କରିବାକୁ ନେଇ ବୋଲି ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି ।
ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ 15 ଦଫା ଦାବିପତ୍ର ଦେଲା CITU - ୧୫ ଦଫା ଦାବିନେଇ ସିଆଇଟିଉ ପକ୍ଷରୁ ଦାବିପତ୍ର ପ୍ରଦାନ
ଶ୍ରମିକଙ୍କୁ ଉପଯୁକ୍ତ ହକ ଯୋଗାଇ ଦେବାକୁ ଦାବି କଲା CITU। ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ। ଅଧିକ ପଢନ୍ତୁ....
୧୫ ଦଫା ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲା CITU
୧୫ ଦଫା ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲା CITU
CITU ଦାବି କରିଛି ଯେ କୋରୋନାକୁ ନେଇ ଦେଶରେ ଯେଉଁଭଳି ପରିସ୍ଥିତି ଉପୁଜିଛି ଏହି କ୍ଷେତ୍ରରେ ଶ୍ରମିକମାନକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉ । ଶ୍ରମିକଙ୍କୁ ଅଧିକ କାର୍ଯ୍ୟ ନ କରିବାକୁ CITU ପକ୍ଷରୁ ଦାବି କରାଯାଇଛି । ଏହି ଶ୍ରମିକଙ୍କ ହକ ଓ କେନ୍ଦ୍ର ସରକାରଙ୍କ ନୂତନ ଆଇନ ବିରୁଦ୍ଧରେ CITU ପକ୍ଷରୁ ଦାବି ଦିବସ ପାଳନ କରାଯାଇଛି । ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ