ଓଡିଶା

odisha

ETV Bharat / state

ଭଡା ଘରେ ଅଙ୍ଗନବାଡି, ହନ୍ତସନ୍ତ ଶିଶୁ - ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଅଙ୍ଗନବାଡି କେନ୍ଦ୍ର ଯୋଜନା ଫେଲ ମାରିଛି ଘୁଟୁରୁ ତୋଟା ସାହିରେ । ଏହି ସାହିରେ କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ଆଜିବି ଜଣକ ଇନ୍ଦିରା ଆବାସ ଘରେ ଭଡାରେ ଚାଲିଛି ଅଙ୍ଗନବାଡି ।

ଭଡା ଘରେ ଅଙ୍ଗନବାଡି, ହନ୍ତସନ୍ତ ଶିଶୁ

By

Published : Sep 5, 2019, 9:09 PM IST

କେନ୍ଦୁଝର: ସଭିଏଁ ପଢିବେ, ସଭିଏଁ ବଢିବେ । ଏହି ନାରା ଦେଇ ସରକାର ଗାଁ ଗାଁ ରେ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି । ମାତ୍ର ଏହି ଯୋଜନା ଫେଲ ମାରିଛି ଘୁଟୁରୁ ତୋଟା ସାହି ଅଙ୍ଗନବାଡିରେ ।

ଅଙ୍ଗନବାଡିରେ ଛୋଟବେଳୁ ପଢିଲେ ଅକ୍ଷର ଜ୍ଞାନ ସହ ବ୍ୟବହାରିକ ଜ୍ଞାନ ବଢିବ ବୋଲି ଏହି କେନ୍ଦ୍ର ଗାଁ ଗଣ୍ଡାରେ ଖୋଲାଯାଇଛି। ଏହା ସହିତ ସେଠାରେ ଛୋଟ ଛୋଟ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ମାତ୍ର ଏହି ଯୋଜନା ଫେଲ ମାରିଛି ଘୁଟୁରୁ ତୋଟା ସାହି ଅଙ୍ଗନବାଡିରେ ।

ଭଡା ଘରେ ଅଙ୍ଗନବାଡି, ହନ୍ତସନ୍ତ ଶିଶୁ

ଏଠାରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ଆଜିବି ଜଣକ ଇନ୍ଦିରା ଆବାସ ଘରେ ଭଡାରେ ଚାଲିଛି ପାଠ ପଢା । ଏହା ସାଙ୍ଗକୁ ଏହି ଗୃହଟି ବିଲ ଭିତରେ ଥିବାରୁ ବର୍ଷା ଦିନେ କାଦୁଅରେ ପଶି ସ୍କୁଲ ଯିବାକୁ ଅମଙ୍ଗ ହେଉଛନ୍ତି ପିଲା । ଛୁଆଙ୍କୁ ଏପରି ଅବସ୍ଥାରେ ସ୍କୁଲ ଛାଡିବାକୁ ମଧ୍ୟ ପରିବାର ଲୋକେ ସୁରକ୍ଷିତ ମଣୁନାହାଁନ୍ତି । ଏନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ପଚାରିବାରୁ, ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଯଥାଶୀଘ୍ର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details