ଓଡିଶା

odisha

ETV Bharat / state

ବୁଦା ମୂଳରୁ ନବଜାତ ଶିଶୁ ଉଦ୍ଧାର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଆନନ୍ଦପୁର କୋଳିମାଟି ପଞ୍ଚାୟତର ନୂଆପଡାରେ ଏକ ବୁଦା ମୂଳରୁ ନବଜାତ ଶିଶୁ ଉଦ୍ଧାର ।

By

Published : Jul 6, 2019, 7:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ବୁଦାମୂଳରୁ ଏକ ନବଜାତ ଶିଶୁ ଉଦ୍ଧାର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କୋଳିମାଟି ପଞ୍ଚାୟତର ନୂଆପଡାରେ । ଜଣେ ଅବିବାହିତା ମହିଳା ପୁତ୍ର ସନ୍ତାନକୁ ଜନ୍ମ ଦେଇ ବୁଦା ମୂଳରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । ତେବେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନାମୁତାବକ, ବୁଦା ମୂଳରୁ ଛୁଆର କାନ୍ଦ ଶୁଣି ଜଣେ ଯୁବକ ବିଜୁ ଯୁବବାହିନୀକୁ ଖବର ଦେଇଥିଲେ । ଏହାପରେ ଯୁବବାହିନୀ ଚାଇଲଡ ଲାଇନକୁ ଖବର ଦେବାପରେ ପରାମର୍ଶ ଅନୁଯାୟୀ ଆଶା ଦିଦିଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଜନସାଧାରଣ ଶିଶୁର ମାଆକୁ ଠାବ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details