ଆନନ୍ଦପୁର:ମାଟି ଅତଡା ଖସି ଶିଶୁ ଶ୍ରମିକ ମୃତ । ଏପରି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗାଁରେ । ଟ୍ରାକ୍ଟରରେ କାମ କରିବାକୁ ଆସିଥିବା ଜଣେ ଶିଶୁ ଶ୍ରମିକଙ୍କ ଉପରେ ମାଟି ଅତଡା ଖସିବାରୁ ତାର ମୃତ୍ୟୁ ହୋଇଯାଇଛି । ମୃତ ନାବାଳକ ଜଣଙ୍କ ସ୍ଥାନୀୟ ସଡଙ୍ଗ ଗାଁର ମଦନ ହୋଙ୍କ ୧୪ ବର୍ଷୀୟ ପୁଅ ବନମାଳୀ ହୋ ବୋଲି ଜଣାପଡିଛି ।
ମାଟି ଅତଡା ଧସି ଶିଶୁ ଶ୍ରମିକ ମୃତ - Child laborer death in keonjhar
ଆନନ୍ଦପୁରରେ ମାଟି ଅତଡା ଧସି ଶିଶୁ ଶ୍ରମିକ ମୃତ। ଟ୍ରାକ୍ଟରରେ ମାଟି ଲୋଡ ବେଳେ ଧସିଲା ଅତଡା । ଅଧିକ ପଢନ୍ତୁ...
ମାଟି ଅତଡା ଧସି ଶିଶୁ ଶ୍ରମିକ ମୃତ
ମାଟି ଅତଡା ଧସି ଶିଶୁ ଶ୍ରମିକ ମୃତମାଟି ଅତଡା ଧସି ଶିଶୁ ଶ୍ରମିକ ମୃତମାଟି ଅତଡା ଧସି ଶିଶୁ ଶ୍ରମିକ ମୃତମାଟି ଅତଡା ଧସି ଶିଶୁ ଶ୍ରମିକ ମୃତ
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ଟ୍ରାକ୍ଟରରେ ଶ୍ରମିକ କାମ କରିବାକୁ ଆସିଥିଲେ ବନମାଳୀ । ଟ୍ରାକ୍ଟରରେ ମାଟି ଲୋଡ଼ ହେଉଥିବାବେଳେ ଅଚାନକ ଲୋଡ଼ ସ୍ଥାନରୁ ମାଟି ଅତଡା ଖସିବାରୁ ଚାପି ହୋଇଯାଇଥିଲେ ବନମାଳୀ । ସ୍ଥାନୀୟ ବାସିନ୍ଦା ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ