ଓଡିଶା

odisha

By

Published : Apr 3, 2021, 1:31 PM IST

ETV Bharat / state

ପୋଖରୀରେ ପଡି ଶିଶୁପୁତ୍ର ମୃତ, ପରିବାରରେ ଶୋକର ଛାୟା

ଘରେ କେହି ନଥିବା ବେଳେ ପୋଖରୀରେ ପଡି ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ବାମ୍ ମୁଣ୍ଡା ସାହିରେ । ଅଧିକ ପଢନ୍ତୁ...

ଗଡ଼ିଆରେ ପଡି ଶିଶୁପୁତ୍ର  ମୃତ, ପରିବାରରେ ଶୋକର ଛାୟା
ଗଡ଼ିଆରେ ପଡି ଶିଶୁପୁତ୍ର ମୃତ, ପରିବାରରେ ଶୋକର ଛାୟା

କେନ୍ଦୁଝର: ପୋଖରୀରେ ପଡି ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ବାମ୍ ମୁଣ୍ଡା ସାହିରେ । ମୃତ ଶିଶୁ ପୁତ୍ର ହେଲେ ଗ୍ରାମର ରାମ ମୁଣ୍ଡାଙ୍କ ଦେଢ଼ ବର୍ଷର ପୁଅ ତରଣୀ ମୁଣ୍ଡା।

ଗଡ଼ିଆରେ ପଡି ଶିଶୁପୁତ୍ର ମୃତ, ପରିବାରରେ ଶୋକର ଛାୟା

ସୂଚନା ଅନୁସାରେ ଘରେ କେହି ନଥିବା ବେଳେ ଶିଶୁ ପୁତ୍ରଟି ଘର ପଛପଟରେ ଥିବା ଗଡ଼ିଆରେ ପଡି ମୃତ୍ୟୁ ବରଣ କରିଛି । ଘର ଲୋକେ ଖୋଜାଖୋଜି କରିବା ପରେ ଗଡ଼ିଆ ଭିତରେ ଶିଶୁଟି ପଡିଥିବା ଦେଖିଥିଲେ । ପରେ ତାକୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଶିଶୁପୁତ୍ରର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details