କେନ୍ଦୁଝର: ପେଜ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପେଜ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର - keonjhar news
ଗରମ ପେଜ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର । ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପେଜ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର
ପେଜ ପଡି ଦେଢ଼ ବର୍ଷର ଶିଶୁ ଗୁରୁତର
ଗତକାଲି ବିଳମ୍ବିତ ରାତିରେ ବାଂଶପାଳ ବ୍ଲକ ଅନ୍ଧାରିଖମଣ ଗ୍ରାମର ମୁସଣ ମୁଣ୍ଡାଙ୍କ ସ୍ତ୍ରୀ ରୋଷେଇ ଘରେ ଭାତ ଗାଳୁଥିବା ସମୟରେ ପାଖରେ ଖେଳୁଥିବା ଦେଢ଼ ବର୍ଷର ଶିଶୁ କନ୍ୟା ନିରୂପମା ହାଣ୍ଡି ପାଖକୁ ଚାଲିଆସିଥିଲା । ଫଳରେ ଗରମ ପେଜ ତା ଉପରେ ପଡିଯିବାରୁ ସେ ଗୁରୁତର ହୋଇଥିଲା । ମୁସଣ ତୁରନ୍ତ କେନ୍ଦୁଝର ମେଡିକାଲକୁ ଗୁରୁତର ଅବସ୍ଥାରେ ଝିଅକୁ ଆଣିଥିବା ବେଳେ କଟକ ନେବାକୁ ସକ୍ଷମ ହେଇନଥିଲେ । ଖବର ପାଇ କିଛି ସ୍ବେଚ୍ଛାସେବୀଙ୍କ ସାହାଯ୍ୟରେ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ
Last Updated : Jan 23, 2020, 9:50 AM IST