କେନ୍ଦୁଝର: ଜଗତ ଜନନୀ ମା’ ଘଟଗାଁ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ମଙ୍ଗଳବାର ଘଟଗାଁ ମିନିଷ୍ଟାଡିୟମରେ ପ୍ରାୟ ଦିନ 1ଟା ବେଳେ ହେଲିକପ୍ଟରରୁ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ ବଘେଲ। ହେଲିପ୍ୟାଡରେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳୀୟ କର୍ମୀ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।
ମା’ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ - ଘଟଗାଁ ତାରିଣୀ
ମା’ ଜଗତ ଜନନୀ ଘଟଗାଁ ତାରିଣୀଙ୍କ ଦର୍ଶନ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ।

Maa tareni temple
ମା’ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
ସେଠାରୁ କଡା ସୁରକ୍ଷା ବଳୟରେ ମା’ ତାରିଣୀଙ୍କ ପୀଠକୁ ଆସିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ। ମନ୍ଦିରରେ ପହଞ୍ଚିବା ପରେ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ଆର୍ଶୀବାଦ ଭିକ୍ଷା କରିଥିଲେ। ପରେ ମା’ଙ୍କ ଆର୍ଶୀବାଦରୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ବର୍ଷ ଭଲରେ ଶେଷ ହୋଇଥିବା କହିଥିଲେ । ଏହାସହ ବର୍ଷ ଶେଷରେ ମା’ଙ୍କ ଦର୍ଶନ ମିଳିଥିବାରୁ ଖୁସିପ୍ରକଟ କରିଥିଲେ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ