ଓଡିଶା

odisha

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ଆନନ୍ଦପୁର ନର୍ସିଂହୋମରେ ଚଢାଉ

By

Published : Jul 2, 2020, 12:20 PM IST

Updated : Jul 2, 2020, 3:06 PM IST

କୋଭିଡ ଗାଇଡଲାଇନ ଉଲ୍ଲଂଘନ ନେଇ ଟ୍ବିନସିଟି ପରେ ଏବେ ଆନନ୍ଦପୁରରେ ଯାଞ୍ଚ ହୋଇଛି । ବାରମ୍ବାର ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକୁ କୋରୋନା ନିୟମ ମାନିବାକୁ କଡାକଡି ତାଗିତ କରାଯାଇଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ହେବା ସାମ୍ନାକୁ ଆସୁଛି ।

covid guidelines
ର୍ନସିଂହୋମରେ କୋଭିଡ୍ ଗାଇଡଲାଇନ ଯାଞ୍ଚ

ଆନନ୍ଦପୁର: ଭୁବନେଶ୍ବର କଟକ ପରେ ଏବେ ଆନନ୍ଦପୁରର ଅନେକ ନର୍ସିଂହୋମ ଉପରେ ଚଢାଉ । କୋଭିଡ ଗାଇଡଲାଇନ ଉଲ୍ଲଂଘନ ନେଇ ଟ୍ବିନସିଟି ପରେ ଏବେ ଆନନ୍ଦପୁରରେ ଯାଞ୍ଚ ହୋଇଛି । ବାରମ୍ବାର ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକୁ କୋରୋନା ନିୟମ ମାନିବାକୁ କଡାକଡି ତାଗିଦ କରାଯାଇଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ହେବା ସାମ୍ନାକୁ ଆସୁଛି ।

ର୍ନସିଂହୋମରେ କୋଭିଡ୍ ଗାଇଡଲାଇନ ଯାଞ୍ଚ

ଏନେଇ ଗୁରୁବାର ଆନନ୍ଦପୁରର ଅନେକ ନର୍ସିଂହୋମ ଉପରେ କୋରୋନା ଗାଇଡଲାଇନ ପାଳନ ନେଇ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ତନ୍ନ ତନ୍ନ ଯାଞ୍ଚ କରାଯାଇଛି । ରୋଗୀ ସେବା ସମୟରେ ନର୍ସିଂହୋମମାନଙ୍କରେ ସାମାଜିକ ଦୂରତ୍ବ ରକ୍ଷା, ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଓ କର୍ମଚାରୀମାନେ ଆବଶ୍ୟକୀୟ ସୁରକ୍ଷା ଉପକରଣ ବ୍ୟବହାର କରିବା, ସାନିଟାଇଜେସନ ପ୍ରଭୃତିକୁ ନେଇ ତଦନ୍ତ କରିଛନ୍ତି ।

ଏହି ତଦନ୍ତ ସମୟରେ ନୋଡାଲ ଅଫିସର ତଥା ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ, ଉପଖଣ୍ଡ ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଧନେଶ୍ବର ସେଠୀ ଓ ପୌରନିର୍ବାହୀ ଅଧିକାରୀ ହିତାଶୁଂ ସାମଲ ଉପସ୍ଥିତ ଥିଲେ । ଆଜିର ତଦନ୍ତ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ ହେବାକୁଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jul 2, 2020, 3:06 PM IST

ABOUT THE AUTHOR

...view details