ଆନନ୍ଦପୁର: ଫସଲ ଅମଳ ସମୟରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ଚକଡା ପୋକ ଲାଗି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବାକୁ ବସିଛି । ଏବର୍ଷ ପ୍ରଥମେ ବିଳମ୍ବିତ ଓ ପରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଅନିଶ୍ଚିତତା ମଧ୍ୟରେ ଚାଷ କାର୍ଯ୍ୟ କରିଥିଲେ । ଶେଷରେ ଭଲ ଫସଲ ଅମଳ ପାଇଁ ଆଶା ରଖିଥିଲା ଚାଷୀ । ହେଲେ, ଏବେ ସବୁ ଆଶା ମଉଳି ଯାଇଛି ।
ଚକଡା ପୋକ ଚକଟି ଦେଲା ଚାଷ: ଚିନ୍ତାରେ ଚାଷୀ - ଧାନ କ୍ଷେତରେ ଚକଡା ପୋକ
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଖାଲପାଳ ଗାଁ । ଚକଡା ପୋକ ଲାଗି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବାକୁ ବସିଛି । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଅଧିକ ପଢନ୍ତୁ
ଚକଡା ପୋକ ଚକଟି ଦେଲା ଚାଷ: ଚିନ୍ତାରେ ଚାଷୀ
ଚକଡା ପୋକ ଚକଟି ଦେଲା ଚାଷ: ଚିନ୍ତାରେ ଚାଷୀ
ପ୍ରଥମେ ବିଳମ୍ବିତ ଓ ପରେ ଅଦିନିଆ ବର୍ଷା ସହ ଅମଳ ସମୟରେ ଚକଡ଼ା ପୋକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ