ଓଡିଶା

odisha

ETV Bharat / state

ଚଇତି ପାଇଁ ଚଳଚଞ୍ଚଳ ଘଟଗାଁ, ସୁନାବେଶରେ ଦର୍ଶନ ଦେବେ ମା’ ତାରିଣୀ

ଆଜି ପବିତ୍ର ପଣା ସଂକ୍ରାନ୍ତି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଏହି ଦିନ ଉପଲକ୍ଷେ ଘଟଗାଁ ପୀଠ ଚଳଚଞ୍ଚଳ ହୋଇଛି । ଭକ୍ତଙ୍କ ଭିଡ ଲାଗିଛି । ମାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ପଣା ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ତାରେଣୀ ପୀଠ
ପଣା ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ତାରେଣୀ ପୀଠ

By

Published : Apr 14, 2022, 10:29 AM IST

କେନ୍ଦୁଝର: ଆଜି ପବିତ୍ର ପଣା ସଂକ୍ରାନ୍ତି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ସମସ୍ତଙ୍କ ମନରେ ଭରି ଯାଇଛି ଉତ୍ସାହ । ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ପୀଠ ଚଳଚଞ୍ଚଳ ହୋଇଛି । ଭକ୍ତଙ୍କ ଭିଡ ଲାଗିଛି । ମା’ଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି ।

ପଣା ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ତାରେଣୀ ପୀଠ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ ହୋଇଛି । ଘଟଗାଁ ପୀଠରେ ଦୀର୍ଘ ନଅ ଦିନ ବ୍ୟାପି ମାଙ୍କ ଚଇତି ପର୍ବ ପାଳନ ହେଇ ଆସୁଛି । ଚଇତି ପର୍ବ ମା ତାରିଣୀଙ୍କ ଅନ୍ୟତମ ଶ୍ରେଷ୍ଠ ପର୍ବ । ଏହି ପର୍ବ ବଡ ଧୁମଧାମରେ ପାଳିତ ହୋଇଥାଏ କିନ୍ତୁ କୋରୋନା କାରଣରୁ ଦୁଇବର୍ଷ ହେଲା ଚଇତି ପର୍ବ ବିନା ଭକ୍ତରେ କେବଳ ମାଙ୍କର ରୀତିନୀତି ଅନୁସାରେ ପାଳିତ ହେଉଥିଲା ।

କଟକଣା ହଟିବାରୁ ଏବର୍ଷ ବିଷୁବ ପଣା ସଂକ୍ରାନ୍ତି ମହାଆଡମ୍ବରରେ ପାଳିତ ହେଉଛି ଚଇତି ପର୍ବ । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମାଆ । ଭକ୍ତମାନେ ମଧ୍ୟ ଅତି ଶ୍ରଦ୍ଧାର ସହିତ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କରୁଛନ୍ତି । ବିଶ୍ବାସ ଅଛି ଏହିଦିନ ମାଆଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ତେଣୁ ଏହି ଦିନରେ ମାଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଭକ୍ତମାନଙ୍କର ସୁଅ ଘଟଗାଁ ମା ତାରିଣୀଙ୍କ ପୀଠକୁ ଛୁଟିଥାଏ । ମାଙ୍କ ସୁନାବେଶ ହେଉଥିବାକୁ ଏହାକୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଉଛି । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details