ଓଡିଶା

odisha

ETV Bharat / state

ଆରମ୍ଭ ହେଲା ଘଟଗାଁ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେଲେ ମା’ - ଘଟଗାଁ ତାରିଣୀଙ୍କ ଚଇତି ପର୍ବ

ଆଜି ଠାରୁ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା' ତାରିଣୀଙ୍କର ଚଇତି ପର୍ବ ଆରମ୍ଭ ହୋଇଛି । 7 ଦିନ ଧରି ଏହି ଚଇତି ପର୍ବ ମା'ଙ୍କ ପୀଠରେ ପର୍ବ ପାଳନ ହେବ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଘଟଗାଁ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେଲେ ମା
ଆରମ୍ଭ ହେଲା ଘଟଗାଁ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେଲେ ମା

By

Published : Apr 9, 2021, 9:17 AM IST

Updated : Apr 9, 2021, 10:11 AM IST

କେନ୍ଦୁଝର: ଆଜି ଠାରୁ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା' ତାରିଣୀଙ୍କର ଚଇତି ପର୍ବ ଆରମ୍ଭ ହୋଇଛି । 7 ଦିନ ଧରି ଏହି ଚଇତି ପର୍ବ ମା'ଙ୍କ ପୀଠରେ ପର୍ବ ପାଳନ ହେବ । ଚଳିତ ବର୍ଷ କୋରୋନା କଟକଣା ପାଇଁ 7 ଦିନ ଧରି ହେବାକୁ ଥିବା ଏହି ପର୍ବରେ ଦୁଇ ଦିନ ମା’ ଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଏପ୍ରିଲ ୧୩ ଓ ୧୪ ତାରିଖରେ ପଣା ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

2 ଦିନ ସାଧାରଣ ଦର୍ଶନ ବନ୍ଦ ହେବାକୁ ଥିବା ବେଳେ ଅନ୍ୟ 5 ଦିନ ସାଧାରଣ ଦର୍ଶନ ଭକ୍ତ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଚଇତି ପର୍ବରେ ଭକ୍ତଙ୍କ ଠାରୁ କୌଣସି ଭୋଗ ଗ୍ରହଣକୁ ବନ୍ଦ କରାଯାଇଥିବା ବେଳେ ପଣା ଓ ଅନ୍ନ ଭୋଗ ବିତରଣ ମଧ୍ୟ ବନ୍ଦ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନର କୋଭିଡ଼ ଗାଇଡଲାଇନକୁ ମାନି ଏହି ନିୟମ କରାଯାଇଥିବା ବେଳେ ଜନସମାଗମକୁ ଆଖି ଆଗରେ ରଖି ସାସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରିଛି ଘଟଗାଁ ମନ୍ଦିର ଟ୍ରଷ୍ଟ ।

ଆରମ୍ଭ ହେଲା ଘଟଗାଁ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେଲେ ମା

ଚଇତି ପର୍ବ ପାଇଁ ମା'ଙ୍କ ସୁନା ବେଶ ଅନୁଷ୍ଠିତ ହୋଇଛି । ମା'ଙ୍କ ଦର୍ଶନ ପାଇଁ ସୋସିଆଲ ମିଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଚଇତି ପର୍ବ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଚଣ୍ଡ ଖରାକୁ ଦେଖି ସ୍ୱତନ୍ତ୍ର ଟେଣ୍ଟର ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପର୍ବରେ ଜନସମାଗମକୁ ଦେଖି ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ଓ ସାନିଟାଇଜର ବ୍ୟବସ୍ଥା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Apr 9, 2021, 10:11 AM IST

ABOUT THE AUTHOR

...view details