ଓଡିଶା

odisha

ETV Bharat / state

ଓଡ଼ିଶା ଆସୁଛନ୍ତି ସିଇସି, OMBADC ଫଣ୍ଡ ଖର୍ଚ୍ଚର କରିବେ ତର୍ଜମା - କେନ୍ଦୁଝର

କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଓମବାଡ଼ସି (OMBADC) ଫଣ୍ଡ କିପରି ଖର୍ଚ୍ଚ ହୋଇଛି, ସେ ନେଇ ସରଜମିନ ତଦନ୍ତ କରିବେ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କମିଟି । ଅଧିକ ପଢ଼ନ୍ତୁ...

ଓଡ଼ିଶା ଆସୁଛନ୍ତି ସିଇସି

By

Published : Oct 29, 2019, 9:20 AM IST

କେନ୍ଦୁଝର: ଓଡିଶା ଆସୁଛନ୍ତି ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କମିଟି । ପିଭି ଜୟକୃଷ୍ଣଙ୍କ ନେତୃତ୍ବରେ ଏକ ଚାରି ଜଣିଆ କମିଟି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଓମବାଡ଼ସି (OMBADC) ଫଣ୍ଡ କିପରି ଖର୍ଚ୍ଚ ହୋଇଛି, ସେ ନେଇ ସରଜମିନ ତଦନ୍ତ କରିବେ । ଏହି କମିଟିରେ ପିଭି ଜୟକୃଷ୍ଣଙ୍କ ସହ ଅମର ନାଥ ସେଠୀ, ଏସକେ ପଟ୍ଟନାୟକ, ମହେନ୍ଦ୍ର ବ୍ୟାସ ରହିଛନ୍ତି ।

ଓଡ଼ିଶା ଆସୁଛନ୍ତି ସିଇସି

କମିଟି ମଙ୍ଗଳବାର ଦିଲ୍ଲୀରୁ ଆସି ଭୁବନେଶ୍ବରଠାରେ ପ୍ରଥମେ ବୈଠକ କରିବେ । ପରେ ସନ୍ଧ୍ୟାରେ କେନ୍ଦୁଝର ଆସି ରାତ୍ରି ରହଣି ପରେ ବୁଧବାର କେନ୍ଦୁଝରର ଯେକୌଣସି ଖଣି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ପରେ ମୟୂରଭଞ୍ଜ ଜିଲ୍ଲା ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଓମବାଡ଼ସି ହେଉଛି ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ (Odisha Mineral Bearing Area Development Corporation) । ଏହା ହେଉଛି ଖଣି କମ୍ପାନୀ ପକ୍ଷରୁ ପ୍ରଦାନ ଅର୍ଥରେ ପ୍ରଭାବିତ ଅଞ୍ଚଳରେ ଉନ୍ନତି ପାଇଁ ଏକ ସରକାରୀ ଅନୁଷ୍ଠାନ । ଏହି ଅନୁଷ୍ଠାନରେ ୧୭ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ରହିଥିବାବେଳେ କେନ୍ଦୁଝର ଜିଲ୍ଲାରେ ୩୬୮୪ କୋଟି ଟଙ୍କା ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details