ଆନନ୍ଦପୁର: ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନୂତନ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି ପୂର୍ବତନ ସାଂସଦ ଅନନ୍ତ ନାଏକ । ତେବେ କେନ୍ଦୁଝର ଜିଲ୍ଲାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଦସ୍ୟ ମନୋନୀତ ହେବା ପରେ ପ୍ରଥମ ଥର ନୂଆଦିଲ୍ଲୀରୁ ଆସୁଥିବା ଅନନ୍ତ ନାଏକଙ୍କୁ କେନ୍ଦୁଝର ସୀମା ୨୦ ନମ୍ବର ଜାତୀୟ ରଜପଥ ଜରଦା ଛକରେ ବିଜେପି ପକ୍ଷରୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରାଯାଇଥିଲା ।
ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନୂତନ ସଦସ୍ୟଙ୍କୁ କେନ୍ଦୁଝରରେ ସମ୍ବର୍ଦ୍ଧନା - ଜାତୀୟ ଅନୁସୂଚିତ ଜନଜାତି ଆୟୋଗ
ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନୂତନ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି ପୂର୍ବତନ ସାଂସଦ ଅନନ୍ତ ନାଏକ । ତେବେ କେନ୍ଦୁଝର ଜିଲ୍ଲାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଧିକ ପଢନ୍ତୁ...
ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନୂତନ ସଦସ୍ୟଙ୍କୁ କେନ୍ଦୁଝରରେ ସମ୍ବର୍ଦ୍ଧନା
ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନୂତନ ସଦସ୍ୟଙ୍କୁ କେନ୍ଦୁଝରରେ ସମ୍ବର୍ଦ୍ଧନା
ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟ ରୂପେ ମନୋନୀତ ହେବା ପରେ ଆଦିବାସୀ ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଦେବ ଜେନା, ଦୀପକ ଜେନା ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ