କେନ୍ଦୁଝର:ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ବଡବିଲରେ ଦେଖିବାକୁ ମିଳିଛି । ସିପିଆଇ, ଏଆଇଏସଏଫ ଓ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ଆଇନକୁ ତ୍ରୀବ ବିରୋଧ କରାଯାଇଛି । ଏଥିସହ ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି)କୁ ବିରୋଧ କରିଛନ୍ତି ପ୍ରଦର୍ଶନକାରୀ । ସିପିଆଇ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବଡବିଲ ମେନ ରୋଡ ସ୍ଥିତ ମସଜିଦ ନିକଟରେ, ଶହଶହ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟର ଲୋକେ ରାଲିରେ ଯୋଗ ଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିକ୍ଷୋଭ କରିଥିଲେ । ସେଠାରେ ସିପିଆଇ ନେତା ଓ ମୁସଲିମ ନେତାମାନେ ଭିଡକୁ ସମ୍ବୋଧନ କରିଥିଲେ ।
ବଡବିଲରେ CAA ତାତି:ବିକ୍ଷୋଭ ପ୍ରଦର୍ଶନ କଲେ ମୁସଲିମ ସମ୍ପ୍ରଦାୟ - ବଡବିଲରେ CAA ତାତି
ସିଏଏ ଓ ଏନଆରସିକୁ ବିରୋଧ । ପ୍ରତିବାଦରେ ସିପିଆଇ, ଏଆଇଏସଏଫ୍ ଓ ମୁସଲିମ୍ ସମ୍ପ୍ରଦାୟର ରାଲି ଓ ବିକ୍ଷୋଭ ।
ବଡବିଲରେ CAA ତାତି
ନାଗରିକତା ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ ଓ ଏହା ଧର୍ମକୁ ନେଇ ପାତର ଅନ୍ତର କରୁଥିବାର ଅଭିଯୋଗ କରିଥିଲେ ପ୍ରଦର୍ଶନକାରୀ । ସେହିପରି ଜାତୀୟ ନାଗରିକତା ପଞ୍ଜୀକରଣକୁ କଦାପି ଲାଗୁ କରିବାକୁ ଦିଆଯିବ ନାହିଁ ହୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ପ୍ରଦର୍ଶନକାରୀ । ଶେଷରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ଦାବି ସମ୍ବଳିତ ସ୍ମାରକ ପତ୍ର ବଡବିଲ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭା ଭାରତ