ଓଡିଶା

odisha

By ETV Bharat Odisha Team

Published : Oct 20, 2023, 11:30 AM IST

ETV Bharat / state

Bus Strike Impact: ଗଡୁନି ବସ୍, ପାର୍ବଣରେ ଘରକୁ ଯିବା ନେଇ ଯାତ୍ରୀ ହନ୍ତସନ୍ତ

ବସ୍ ଧର୍ମଘଟ ନେଇ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ବସଷ୍ଟାଣ୍ଡରେ ଶହଶହ ଯାତ୍ରୀ ଅଟକି ରହିଛନ୍ତି । ଅଧିକ ପଢନ୍ତୁ

Bus Strike Impact in keonjhar
Bus Strike Impact

Bus Strike Impact

କେନ୍ଦୁଝର:ରାଜ୍ୟବ୍ୟାପୀ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଛି । ଘରୋଇ ମାଲିକ ବସ ସଂଘର ଧର୍ମଘଟ ଯୋଗୁଁ ବସ୍‌ ସେବ ଠପ ହୋଇଛି । ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଧର୍ମଘଟ କରିଛି ବସ ମାଲିକ ସଂଘ । ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଛି । ପାର୍ବଣ ସମୟରେ ବସ ଚଳାଚଳ ବନ୍ଦକୁ ନେଇ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଦଶହରା ପର୍ବରେ ଘରକୁ ଫେରିବାକୁ ନାକେଦମ ହୋଇଛନ୍ତି ଯାତ୍ରୀ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ବସ୍‌ ଧର୍ମଘଟର ପ୍ରଭାବ ପଡିଛି ଫଳରେ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ନେଇ ସମସ୍ୟା ଭୋଗିଛନ୍ତି । ବସ୍ ଚାଲୁନଥିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି ଯାତ୍ରୀ ।

ରାଜ୍ୟ ସଂଘ ନିଷ୍ପତ୍ତିକୁ ସମର୍ଥନ କ୍ରମେ କେନ୍ଦୁଝର ଜିଲ୍ଲା ବସ ମାଲିକ ସଂଘ ମଧ୍ଯ ଧର୍ମଘଟ କରିଛି । କେନ୍ଦୁଝରେ ଜିଲ୍ଲାରେ ୨୦୦ରୁ ଊର୍ଦ୍ଧ୍ବ ଘରୋଇ ବସ ଚଳାଚଳ ବନ୍ଦ ରହିଥିବା ବେଳେ ୩୦୦ରୁ କେନ୍ଦୁଝର ଜିଲ୍ଲା ଦେଇ ଯାଉଥିବା ବସ୍ ବନ୍ଦ ରହିଛି । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ବସଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ଏହି ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ନାହଁ ନଥିବା ସମସ୍ୟାରେ ପଡ଼ିଛନ୍ତି । ସରକାରୀ ବସ୍‌ ସେବା ଜାରି ରଖିଥିବା ବେଳେ ଟିକେଟ୍‌ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଟିକେଟ ନପାଇ ମଧ୍ୟ ଲୋକେ ବହୁତ୍ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ପୁରୀ ଯିବାକୁ ଥିବା ଜଣେ ଯାତ୍ରୀ ପ୍ରଭାତ ମିଶ୍ର କହିଛନ୍ତି,''ଛୁଟିରେ ଘରକୁ ଯିବାକୁ ବସ୍‌ରେ ପ୍ଲାନ କରିଥିଲି । ଘରୋଇ ବସ ଧର୍ମଘଟ ନେଇ ସମସ୍ୟାରେ ପଡ଼ିଛି । ଏବେ ଦୁଇଟି ବିକଳ୍ପ ଗୋଟିଏ ଟ୍ରେନ୍‌ ଓ ସରକାରୀ ବସ । ଟ୍ରେନରେ ଭିଡ ହେବ ତେଣୁ ସରକାରୀ ବସକୁ ଟିକେଟ୍‌ ପାଇଁ ଆସିଲି ଯେ, ସେଥିରେ ବି ସିଟ୍‌ ନାହିଁ । ବିନା ନୋଟିସରେ ଏପରି ଆନ୍ଦୋଳନ କରାଯାଉଥିବାରୁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଦଶହରା ଭଳି ପର୍ବରେ ଘରକୁ ନଯାଇ ପାରିଲେ ଭଲ ଲାଗିବ ନାହିଁ ।''

ଏହା ବି ପଢନ୍ତୁ...ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ପ୍ରକାଶ ଥାଉ କି, ଆଜିଠୁ ଅନିର୍ଦ୍ଧିଷ୍ଟକାଳ ପାଇଁ ରାଜ୍ୟରେ ବସ ଗଡିବ ନାହିଁ । ଜିଦରେ ଅଟଳ ରହିଛନ୍ତି ଘରୋଇ ବସ୍ ମାଲିକ ସଂଘ । ସରକରାଙ୍କ ସହ ଆଲୋଚନା ପରେ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଘରୋଇ ବସ ମାଲିକ ସଂଘ ଆନ୍ଦୋଳନ କରିଛି । ବସ୍‌ ଧର୍ମଧଟ କାରଣରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାର ବସ୍‌ଷ୍ଟାଣ୍ଡରେ ଶହଶହ ଯାତ୍ରୀ ଅଟକି ରହିଛନ୍ତି । କିଏ ରାତିରୁ ବସ ପାଇଁ ଅପେକ୍ଷା କରିଛି ତ କିଏ ପ୍ରାଇଭେଟ୍‌ ଗାଡ଼ି ବୁକ୍‌ କରି ଖର୍ଚ୍ଚାନ୍ତ ହୋଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details