ଓଡିଶା

odisha

ETV Bharat / state

ଓଡିଶା ମୋ ପରିବାର ପକ୍ଷରୁ ଜେଇଇ-ନିଟ ପରୀକ୍ଷାର୍ଥୀଙ୍କ ପାଇଁ ବସ ବ୍ୟବସ୍ଥା - odisha mo paribar

ଜେଇଇ ନିଟ ପରୀକ୍ଷା ପାଇଁ ଓଡିଶା ମୋ ପରିବାର ପକ୍ଷରୁ କେନ୍ଦୁଝର ଜିଲ୍ଲାର ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷାର୍ଥୀ ଓ ତାଙ୍କ ପରିବାରଙ୍କୁ ସାନିଟାଇଜର, ମାସ୍କ ଆଦି ପ୍ରଦାନ କରାଯାଇଥିଲା । ଏହି ବସ ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ସ୍ବାଗତ କରିଛନ୍ତି ।

ଓଡିଶା ମୋ ପରିବାର ପକ୍ଷରୁ ଜେଇଇ-ନିଟ ପରୀକ୍ଷାର୍ଥୀଙ୍କୁ ବସ ବ୍ୟବସ୍ଥା
ଓଡିଶା ମୋ ପରିବାର ପକ୍ଷରୁ ଜେଇଇ-ନିଟ ପରୀକ୍ଷାର୍ଥୀଙ୍କୁ ବସ ବ୍ୟବସ୍ଥା

By

Published : Sep 3, 2020, 12:21 PM IST

କେନ୍ଦୁଝର: ଅନଲକ ୪ ରେ ସରକାର ଜେଇଇ ଓ ନିଟ ପରୀକ୍ଷା କରିବାକୁ ଘୋଷଣା କରିଥିଲେ । ବସ ଓ ରେଳ ଚଳାଚଳ ବନ୍ଦ ଥିବା ହେତୁ ଯିବା ଆସିବା ନେଇ ପ୍ରଥମେ ଆଶଙ୍କା ଦେଖାଦେଇଥିଲା । ଏବେ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ରକୁ ଯିବା ସହ ହୋଟେଲ ବ୍ୟବସ୍ଥା କରିବେ ବୋଲି ସରକାର ଘୋଷଣା କରିଥିଲେ । ତେବେ ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବସ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି ।

ଓଡିଶା ମୋ ପରିବାର ପକ୍ଷରୁ ଜେଇଇ-ନିଟ ପରୀକ୍ଷାର୍ଥୀଙ୍କୁ ବସ ବ୍ୟବସ୍ଥା

ଆଜି ଓଡିଶା ମୋ ପରିବାର ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଯାଇଛି । ଏହା ସହ ସମସ୍ତ ପରୀକ୍ଷାର୍ଥୀ ଓ ତାଙ୍କ ପରିବାରଙ୍କୁ ସାନିଟାଇଜର, ମାସ୍କ ଆଦି ପ୍ରଦାନ କରାଯାଇଥିଲା । ଏହି ବସ ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ସ୍ବାଗତ କରିଛନ୍ତି । ଦୁଇଟି ସ୍ବତନ୍ତ୍ର ବସକୁ ପତାକା ଦେଖାଇ ପାଟଣା ବିଧାୟକ ଜଗନ୍ନାଥ ନାଏକ ଶୁଭେଚ୍ଛା ଜଣାଇଥିବା ବେଳେ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଓ ଓଡ଼ିଶା ମୋ ସରକାରର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details