ଓଡିଶା

odisha

By

Published : Oct 20, 2019, 6:09 PM IST

ETV Bharat / state

କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା , ୧୦ ଗୁରୁତର

ଭାରସ୍ୟାମ ହରାଇ ରାସ୍ତା କଡକୁ ଓଲଟିଲା ବସ । ଦୁର୍ଘଟଣାରେ ୧୦ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ତେଲକୋଇ ମେଡ଼ିକାଲ ଓ ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଖବର ପଢନ୍ତୁ...

କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ,୧୦ ଗୁରୁତର

କେନ୍ଦୁଝର: କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ଗ୍ରସ୍ତ। ଏଥିରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ରହିଛନ୍ତି । ଶ୍ରୀ ଜଗନ୍ନାଥ ନାମକ ବସଟି କେନ୍ଦୁଝର ଜିଲ୍ଲା ସଦର ଥାନା ମନୋହରପୁରରୁ ତେଲକୋଇ ବ୍ଲକର କତରାପାଲି ଗାଁକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି ।

କାଞ୍ଜିପାଣି ଘାଟିରେ ବସ ଦୁର୍ଘଟଣା ,୧୦ ଗୁରୁତର

ସୂଚନା ଅନୁସାରେ, କାଞ୍ଜିପାଣି ଘାଟିରେ ୧ନମ୍ବର ଘାଟି ଓହ୍ଲାଉ ଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ବସ । ଯାହାଫଳରେ ବସ ଭିତରେ ଥିବା ୫୫ ଜଣଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଗୁରୁତର ଆହତ ହେବାସହ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ତେଲକୋଇ ମେଡ଼ିକାଲ ଓ ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details