କେନ୍ଦୁଝର: ବସ ଓଲଟି ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ଗତକାଲି ରାତି ପ୍ରାୟ 2ଟାରେ ବସଟି ଓଲଟିବା ପରେ ଘଟଣା ସ୍ଥଳରୁ ବସ କର୍ମଚାରୀ ମାନେ ଫେରାର ହୋଇ ଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।
କେନ୍ଦୁଝରରେ ବସ ଓଲଟି ୧୦ରୁ ଉର୍ଦ୍ଧ୍ବ ଆହତ - keonjhar accident news
ଭୁବନେଶ୍ଵରରୁ ଯାଉଥିବା ଘରୋଇ ବସ ଓଲଟି ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

କେନ୍ଦୁଝର ବସ ଦୁର୍ଘଟଣା, ୧୦ ରୁ ଉର୍ଦ୍ଧ ଆହତ
କେନ୍ଦୁଝରରେ ବସ ଓଲଟି ୧୦ରୁ ଉର୍ଦ୍ଧ୍ବ ଆହତ
ସୂଚନା ଅନୁଯାୟୀ ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା କୋଇଡାରୁ ଭୁବନେଶ୍ଵର ଯାଉଥିବା ସଂସ୍କାର ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଓଲଟି ଯାଇଥିଲା । ଫଳରେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଯାତ୍ରୀ ମାନେ ବହୁ କଷ୍ଟରେ ଭିତରୁ ବାହାରକୁ ଆସିଥିଲେ । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ୧୦ ରୁ ଉର୍ଦ୍ଧ୍ବ ଆହାତକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଯାତ୍ରୀ ମାନଙ୍କୁ ପଚରା ଉଚୁରା କରି ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Jan 16, 2020, 10:52 AM IST