ଓଡିଶା

odisha

ETV Bharat / state

ମରିଗଲା ମାନବିକତା: ଘଣ୍ଟାଏ ରାସ୍ତାରେ ଛଟପଟ ଗୁରୁତର ବୃଦ୍ଧ - ଦୁର୍ଘଟଣାରେ ବୃଦ୍ଧ ଗୁରୁତର

ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ପଡିଥିବା ବୃଦ୍ଧଙ୍କୁ ଦୀର୍ଘ ସମୟ ଧରି କେହି ଡାକ୍ତରଖାନାକୁ ନେଇ ନଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Oct 21, 2019, 9:07 PM IST

କେନ୍ଦୁଝର: ହଜିଗଲା ମାନବିକତା । ଦୁର୍ଘଟଣାରେ ତଳେ ପଡି ଛଟପଟ ହେଉଥିବା ବୃଦ୍ଧଙ୍କୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ମିଳିଲାନି ସହାୟତା । ସାଙ୍ଗରେ ଥିବା ସଂପର୍କୀୟ ମାନେ କାକୁତିମିନତି ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଶେଷରେ ପୋଲିସ ସହାୟତାରେ ବୃଦ୍ଧଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ନିକଟରେ । ଚଳନ୍ତା ବସରୁ ବୃଦ୍ଧ ଜଣକ ଖସି ପଡିବା ପରେ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ବୃଦ୍ଧଙ୍କର ଦୁଇ ଗୋଡ ଉପରେ ବସ ମାଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ବାମେବାରୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଆଜି ଅପରାହ୍ନ ସମୟରେ ବୈଷ୍ଣୋଦେବୀ ନାମକ ଯାତ୍ରୀବାହୀ ବସ ଯୋଡ଼ାରୁ ବାମେବାରୀ ଯାଉଥିବା ସମୟରେ ଜୁରୁଡ଼ି ନିକଟରେ ବୃଦ୍ଧ ଜଣକ ଚଳନ୍ତା ବସରୁ ଖସି ପଡ଼ିଥିଲେ । ଖସି ପଡିବାରୁ ବସଟି ତାଙ୍କ ୨ ଗୋଡ଼ ଉପରେ ମାଡ଼ିଯାଇଥିଲା । ଏହା ଦେଖି ବୃଦ୍ଧଙ୍କ ସାଙ୍ଗରେ ଥିବା ତାଙ୍କ ସଂପର୍କୀୟମାନେ ପାଟି କରିବାରୁ ଡ୍ରାଇଭର ବସଟିକୁ ଅଟକାଇଥିଲେ ।

ଦୁର୍ଘଟଣା ଦେଖି ସାହାଯ୍ୟ କରିବା ତ ଦୂରର କଥା ବରଂ ବସକୁ ସେହିଠାରେ ଛିଡ଼ାକରି ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ସେଠାରୁ ଫେରାର ହୋଇଯାଇଥିଲେ । ଖାଲି ସେତିକି ନୁହେଁ, କେବଳ ସଂପର୍କୀୟ ମାନଙ୍କୁ ଛାଡି ବସରେ ଯାଉଥିବା ସମସ୍ତ ଯାତ୍ରୀ ସେଠାରୁ ଚାଲିଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ି ରହିଥିଲେ ଏହି ବୃଦ୍ଧ । ଏପରିକି ସେହି ରାସ୍ତା ଦେଇ ଗାଡ଼ିରେ ଯାଉଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ମଧ୍ୟ ସାହାଯ୍ୟ ମିଳିନଥିବା ସୂଚନା ମିଳିଛି । ପରେ ଖବର ପାଇ ସଂପର୍କୀୟ ଓ ପୋଲିସ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଡାକ୍ତରଖାନା ନେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details