ଓଡିଶା

odisha

ETV Bharat / state

ପୂରଣ ହେଉନି ଦାବି, ଜୁନ୍‌ ପହିଲାରୁ ସମୂହ ଛୁଟିରେ ଯିବେ ଅମଲା

ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବେ ବୋଲି ମିଳିତ ଅମଲା ମଞ୍ଚର ସଭାପତି ସୁରେଶ ଚନ୍ଦ୍ର ରଣା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅଧିକ ପଢନ୍ତୁ

protest over increase grade pay
protest over increase grade pay

By

Published : May 29, 2023, 4:01 PM IST

ଜୁନ୍‌ ପହିଲାରୁ ସମୂହ ଛୁଟିରେ ଯିବେ ଅମଲା

କେନ୍ଦୁଝର: ଜୁନ୍‌ ପହିଲାରୁ ସମୂହ ଛୁଟିରେ ଯିବେ ଅମଲା । ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତି କ୍ରମେ ଅମଲାଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଶିକ୍ଷା ଥାଇ ସୁଦ୍ଧା ଅମଲାମାନଙ୍କର ମୂଳ ଦରମା ଗ୍ରେଡ ପେ’ ୧୯୦୦ କରିବା । ଏଥିସହ ଲେବୁଲ-୪ରେ ଥିବା ଅସଙ୍ଗତିକୁ ଦୂର ସହ ୪୨୦୦ଟଙ୍କା ଗ୍ରେଡ ପେ‘ ଓ ଲେବୁଲ-୯କୁ ବୃଦ୍ଧି ଦାବିରେ ଚଳିତମାସ ୨୨ ତାରିଖରୁ ରାଜ୍ୟବ୍ୟାପୀ ଅମଲାମାନଙ୍କ କଳାବ୍ୟାଜ୍‌‌ ପରିଧାନ ପୂର୍ବକ ପ୍ରତୀକାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଛି । ତେବେ ଚଳିତ ମାସ ୩୧ତାରିଖ ସୁଦ୍ଧା ଏହି କଳାବ୍ୟାଜ୍‌‌ ପରିଧାନ ପୂର୍ବକ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ । ଏନେଇ ଯଦି ସରକାର ଦାବି ପୂରଣ ନକରନ୍ତି ତାହାଲେ ଜୁନ୍‌ ୧ରୁ ଅମଲା ସମୂହ ଛୁଟିରେ ଯିବେ ବୋଲି ମିଳିତ ଅମଲା ମଞ୍ଚର ସଭାପତି ସୁରେଶ ଚନ୍ଦ୍ର ରଣା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ତେବେ ମଞ୍ଚର ମିଡିଆ ସଂଯୋଜକ ପୀତବାସ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ପ୍ରସନ୍ନ କୁମାର ବେହେରା, ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ଓ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ଓଡ଼ିଶା ଟ୍ରେଜେରୀ ସଂଘର ଗୀତାରାଣୀ ପାତ୍ର ଓ ସବ୍‌‌ରେଜେଷ୍ଟ୍ରୀ ସଂଘର ରାକେଶ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ମଞ୍ଚାସୀନ ହୋଇ ୩୧ ତାରିଖ ସୁଦ୍ଧା ଅମଲାଙ୍କ ଦାବି ପୁରଣ ନହେଲେ ଜିଲ୍ଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ସ୍ପଷ୍ଟ କରିଥିଲେ ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ମଲ୍ଲିକ, ସଚ୍ଚିନ ପଣ୍ଡା, ସନ୍ତୋଷ କୁମାର ରଣା ଆଦି ପ୍ରମୁଖ ଜୁନ୍‌ ୧ରୁ ଅମଲା ସମୂହ ଛୁଟିରେ ରହିବେ । ଏଥିସହ ସହ କେନ୍ଦୁଝର ଉପଖଣ୍ଡ ଅଧିନରେ କାର୍ଯ୍ୟରତ ସମସ୍ତ ଅମଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଅଧିନରେ କାର୍ଯ୍ୟରତ ସମସ୍ତ ଅମଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚରମ ନିଷ୍ପତ୍ତି ଶୁଣାଇଛନ୍ତି ।

ପ୍ରକାଶ ଥାଉକି, କେନ୍ଦୁଝର ଜିଲ୍ଲାରେ ୮ ଶହରୁ ଊର୍ଦ୍ଧ୍ବ ଅମଲା କାର୍ଯ୍ୟ କରୁଛନ୍ତି । ଜୁନ୍‌ ପହିଲାରୁ ଏହି ଅମଲାମାନେ ଛୁଟିରେ ଗଲେ ସମସ୍ତ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଗାଁ ଗଣ୍ଡାରୁ ଯେଉଁ ଲୋକମାନେ ଆସୁଛନ୍ତି ସେମାନେ ବିଶେଷ କରି ବହୁ ହଇରାଣରେ ପଡ଼ିବେ । ଅମଲା ମଞ୍ଚ ଏହି ସମସ୍ତ ଅନିଚ୍ଛାକୃତ ଅସୁବିଧା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details