କେନ୍ଦୁଝର: ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ । ଚଳିତ ଥର ବଜେଟକୁ ନେଇ ସାରା ଦେଶରୁ ମିଶ୍ରିତ ପତିକ୍ରିୟା ଆସିବାରେ ଲାଗିଛି । କେନ୍ଦ୍ରସରକାରଙ୍କ ଜଲ ଜୀବନ ମିଶନକୁ ତାରିଫ କରିଛନ୍ତି କେନ୍ଦୁଝରବାସୀ ।
‘ହର ଘର ଜଲ’ ପଦକ୍ଷେପକୁ ଯୁଗାନ୍ତକାରୀ ବୋଲି ମଧ୍ୟ କହିଛନ୍ତି ଜିଲ୍ଲାବାସୀ । ଗ୍ରାମାଞ୍ଚଳ ମାନଙ୍କରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଜଲ ଜୀବନ ମିଶନ ଦ୍ବାରା ଲୋକଙ୍କୁ ପାନୀୟ ଜଳ ମିଳିପାରିବ ବୋଲି ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି ।