ଓଡିଶା

odisha

ଲଗାଣ ବର୍ଷାରେ ଧୋଇଗଲା ଫାପୁଡିଆ ପୋଲ

ପ୍ରବଳ ବର୍ଷାରେ ଧୋଇଗଲା ପୋଲ । ଆନନ୍ଦପୁରର ଫାପୁଡିଆ ପୋଲ ଭାଙ୍ଗିବା ଫଳରେ ସରେଇଁ ଏବଂ ଜାତୀୟ ରାଜପଥ ୨୦କୁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

By

Published : Sep 8, 2019, 9:30 AM IST

Published : Sep 8, 2019, 9:30 AM IST

ଫଟୋ ସୌଜନ୍ୟ: ପ୍ରତିନିଧି,ଆନନ୍ଦପୁର


ଆନନ୍ଦପୁର: ସାରା ରାଜ୍ୟରେ ଲାଗି ରହିଛି ମୂଷଳଧାରାରେ ବର୍ଷା । ଏଥିଯୋଗୁଁ ଅନେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ତେବେ ଆନନ୍ଦପୁର ଫାପୁଡିଆ ପୋଲ ବର୍ଷା ପାଣିରେ ଧୋଇଯାଇଛି। ଫଳରେ ସରେଇଁ ଏବଂ ଜାତୀୟ ରାଜପଥ ୨୦କୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ହୋଇଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଆନନ୍ଦପୁର

ଲୋକେ ନାହିଁ ନଥିବା ଅସୁବିଧାର ସାମନା କରିଛନ୍ତି । ଏହି ପୋଲ ଦେଇ ପ୍ରତିଦିନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଅନେକ ଲୋକ ଯାତାୟତ କରିଥାନ୍ତି । ସେମାନଙ୍କ ପାଇଁ ବଡ ସମସ୍ୟା ତିଆରି କରିଛି ଏହି ବର୍ଷା । କିଛି ବର୍ଷ ହେବ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା ଏହି ପୋଲ। ଏନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଫଳରେ ଗତବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖାପାଖି ୨ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାର୍ଯ୍ୟ କରାଯାଇଥିଲା ।

ହେଲେ ଦୁଇ ଦିନ ହେବ ଲଗାତର ବର୍ଷା ଫଳରେ ଗତରାତିରେ ପୋଲଟି ଭାଙ୍ଗିଯାଇଛି । ତୁରନ୍ତ ପୋଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆନନ୍ଦପୁର ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

ABOUT THE AUTHOR

...view details