କେନ୍ଦୁଝର: ବାରହା ଆକ୍ରମଣରେ ଜଣେ ଗୁରୁତର । ଘଟଗାଁ ରେଞ୍ଜ ଅନ୍ତର୍ଗତ ଢେଙ୍କିକୋଟ ଫରେଷ୍ଟ ବିଟର ଛତିଆ ଗ୍ରାମ ନିକଟରେ ଜଳଧର ମୁଣ୍ଡାଙ୍କୁ ବାରହା ଆକ୍ରମଣ କରିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଛତିଆ ଗାଁ ନିକଟସ୍ଥ ବାରବାଙ୍କ ଜଙ୍ଗଲ ପାଖ ବିଲରେ ସେ ଗାଈ ଚରାଉ ଥିବାବେଳେ ତାଙ୍କୁ ବାରହା ଆକ୍ରମଣ କରିଥିଲା ।
ବାରହା-ମଣିଷ ମୁହାଁମୁହିଁ: ଜଣେ ଗୁରୁତର, ବାରହା ମୃତ - ବାରହା ଆକ୍ରମଣରେ ଜଣେ ଗୁରୁତର
ବାରହା ଆକ୍ରମଣରେ ଜଣେ ଗୁରୁତର ହୋଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପ୍ରତିଆକ୍ରମଣରେ ବାରହା ମୃତ । ଅଧିକ ସୂଚନା ପଢନ୍ତୁ ...

ବାରହା ଆକ୍ରମଣରେ ଜଣେ ଗୁରୁତର
ବାରହା ଆକ୍ରମଣରେ ଜଣେ ଗୁରୁତର
ଏଥିରେ ଜଳଧରଙ୍କ ଅନ୍ତବୁଜୁଳା ବାହାର ଯାଇଛି। ଅନ୍ୟପେଟେ ଜୀବନ ବଞ୍ଚେଇବା ପାଇଁ ଜଳଧର ବାରହାକୁ ଆକ୍ରମଣ କରି ମାରି ଦେଇଛନ୍ତି । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ବାରହାକୁ ଜବତ କରିଥିବା ବେଳେ ଗୁରୁତର ଜଳଧରଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜଳଧରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ପଠେଇ ଦିଆଯାଇଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ପଣ୍ଡା, ଇଟିଭି ଭାରତ