ଓଡିଶା

odisha

ETV Bharat / state

ହାର ମାନିଲା ଶାରିରୀକ ଅକ୍ଷମତା, ଗୀତଗାଇ ଚର୍ଚ୍ଚାରେ ୟୁଟ୍ୟୁବ ଷ୍ଟାର - Ramesh kumar youtube singer

ଆଖିକୁ ଟିକେ କମ୍ ଦିଶେ କିନ୍ତୁ କଣ୍ଠରୁ ଝରୁଛି ସୁମଧୁର ସଙ୍ଗୀତ । ବର୍ତ୍ତମାନ ସେ ୟୁଟ୍ୟୁବର ଜଣେ ଷ୍ଟାର । ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟକ । ଚଳିତ ବର୍ଷରୁ ହିଁ ୟୁଟ୍ୟୁବରେ ‘ଦୋସ୍ତି କୁ ସଲାମ୍’ ଗୀତରେ ଡେବ୍ୟୁ କରି 10ରୁ ଉର୍ଦ୍ଧ୍ବ ଗୀତ ଗାଇସାରିଲେଣି । ଜାଣନ୍ତୁ ସେ କିଏ...

_blind singer Ramesh  from keonjhar
ହାର ମାନିଲା ଶାରିରୀକ ଅକ୍ଷମତା

By

Published : Dec 26, 2019, 11:31 PM IST

କେନ୍ଦୁଝର: ଆଖିକୁ ଟିକେ କମ୍ ଦିଶେ କିନ୍ତୁ କଣ୍ଠରୁ ଝରୁଛି ସୁମଧୁର ସଙ୍ଗୀତ । ବର୍ତ୍ତମାନ ସେ ୟୁଟ୍ୟୁବର ଜଣେ ଷ୍ଟାର । ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟକ । ଚଳିତ ବର୍ଷରୁ ହିଁ ୟୁଟ୍ୟୁବରେ ‘ଦୋସ୍ତି କୁ ସଲାମ୍’ ଗୀତରେ ଡେବ୍ୟୁ କରି 10ରୁ ଉର୍ଦ୍ଧ୍ବ ଗୀତ ଗାଇସାରିଲେଣି । ହ୍ୟୁମାନ ସାଗରଙ୍କ ସହ ଗୀତ ଗାଇଁ ବେଶ୍ ପ୍ରସଂଶା ସାଉଁଟିଛନ୍ତି ମଧ୍ୟ । ସେ ହେଲେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଧୂଡୁରୁପାଳ ଗ୍ରାମର ଉଦୟୀମାନ ଗୀତିକାର ରମେଶ କୁମାର ।

ହାର ମାନିଲା ଶାରିରୀକ ଅକ୍ଷମତା
ଛୋଟବେଳୁ ସଙ୍ଗୀତରେ ରୁଚି ନଥିଲେ ମଧ୍ୟ ସଙ୍ଗୀତ ଶିକ୍ଷା କରିଥିଲେ । ସ୍କୁଲରେ ସଙ୍ଗୀତ ଶିକ୍ଷା ପରେ ବାଲେଶ୍ବର ଯାଇଥିଲେ ଓ ସେଠାରେ ପାଠପଢାକୁ ଏତେ ଧ୍ୟାନ ନଦେଇ ସଙ୍ଗୀତ ଶିକ୍ଷା ଜାରି ରଖିଥିଲେ । ସେଠାରେ ସଙ୍ଗୀତ ଗୁରୁଙ୍କ ଦ୍ବାରା ପ୍ରଭାବିତ ହୋଇ ଗୀତ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ । ବର୍ତ୍ତମାନ ସେ କେନ୍ଦୁଝରରେ ଥିବା ସପ୍ତଲହରୀ ସଙ୍ଗୀତ ସାଧନା କେନ୍ଦ୍ରରେ ଶିକ୍ଷା ନେଉଛନ୍ତି । ରମେଶଙ୍କ ଏହି କଳାକୁ ପରିବାର ଲୋକଙ୍କ ମଧ୍ୟ ଢେର ପ୍ରୋତ୍ସାହନ ରହିଛି ।

ରମେଶଙ୍କ ଏହି ସଫଳତାରେ ବେଶ ଖୁସି ସଙ୍ଗୀତ ଶିକ୍ଷକ ଓ ସାଥି ଗାୟକ । ଆଗକୁ ଏକ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ହେବାର ସ୍ବପ୍ନ ରଖିଛନ୍ତି ରମେଶ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details