ଓଡିଶା

odisha

ETV Bharat / state

ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ବିକ୍ଷୋଭ କଲା ବିଜେପି

କେନ୍ଦୁଝର ଜିଲ୍ଲାରେ ଧାନମଣ୍ଡିରେ ଅବ୍ୟବସ୍ଥା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Feb 22, 2021, 2:22 PM IST

ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସମସ୍ତ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ସୋମବାର ଭାରତୀୟ ଜନତା ପାର୍ଟି କର୍ମୀମାନେ ଆନନ୍ଦପୁର ଶାଖା ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରିନପାରି ରାତି ଅନିଦ୍ରା ହୋଇ ଧାନକୁ ଜଗି ରହିବା, ବିନା ପରୀକ୍ଷଣରେ ୫-୧୦ କେଜି ଧାନ କଟା ଯିବା, ମଣ୍ଡିରେ ଚାଷୀ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା, ଚାଷୀଙ୍କ ଧାନ ନ କିଣି ଦଲାଲଙ୍କ ଧାନ କିଣିବା, ଚାଷୀଙ୍କୁ ବସ୍ତା ନ ଯୋଗେଇଦେବା ପ୍ରତିବାଦରେ ସୋମବାର ଉଭୟ ଆନନ୍ଦପୁର ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବିକ୍ଷୋଭରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ଉପାଧ୍ୟକ୍ଷ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର, ଆଲୋକ ସେଠୀ, ଆନନ୍ଦପୁର ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀର ବହୁ ବିଜେପି ନେତା ଏବଂ କର୍ମୀମାନେ ସାମିଲ ହୋଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details