ଓଡିଶା

odisha

ETV Bharat / state

ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ କେନ୍ଦୁଝର SP ଅଫିସ ଘେରିଲା BJP

ତିଳେଇବଣି ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗରେ ଦେବଗଡ଼ ବିଧାୟକଙ୍କ ଗିରଫ ଘଟଣା । ଏହାର ପ୍ରତିବାଦରେ କେନ୍ଦୁଝର SP ଅଫିସ ଘେରିଲା BJP । ଅଧିକ ପଢନ୍ତୁ

ଦେବଗଡ଼ ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ SP ଅଫିସ ଘେରିଲା BJP
ଦେବଗଡ଼ ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ SP ଅଫିସ ଘେରିଲା BJP

By

Published : May 7, 2022, 5:06 PM IST

କେନ୍ଦୁଝର:ତିଳେଇବଣି ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗରେ ଦେବଗଡ଼ BJP ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ । ଏହାକୁ ବିଜେପି ତୀବ୍ର ବିରୋଧ କରିବା ସହିତ ପୋଲିସ ବୁକ୍‌ ସର୍କୁଲାରକୁ ଅବମାନନା କରି କିପରି ଜଣେ ଲୋକ ପ୍ରତିନିଧିଙ୍କୁ ଗିରଫ କରିଛି ବୋଲି ପ୍ରଶ୍ନ କରିଛି । ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲାର ପୋଲିସ ମୁଖ୍ୟାଲୟରେ ଦଳ ବିକ୍ଷୋକ୍ଷ ପ୍ରଦର୍ଶନ କରୁଛି । ଏହିକ୍ରମରେ ବିରୋଧ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନା ମାଝୀଙ୍କ ନେତୃତ୍ବରେ ଆଜି(ଶନିବାର) ଜିଲ୍ଲା BJP ପକ୍ଷରୁ କେନ୍ଦୁଝର SP ଅଫିସ ଘେରାଉ କରାଯାଇଛି ।

ଦେବଗଡ଼ ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ SP ଅଫିସ ଘେରିଲା BJP

ସ୍ଥାନୀୟ ସହିଦ ସଦନରୁ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଏସପି ଅଫିସ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ବିରୁଦ୍ଧରେ ନାରା ଦେଇଥିଲେ । ଆଦିବାସୀ ବିରୋଧୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନାରା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ବିଧାୟକଙ୍କୁ ମୁକ୍ତି ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ବି ପଢନ୍ତୁ- ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ

ସୂଚନା ଥାଉ କି, ଗତ ମେ ୨ ତାରିଖରେ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ଓ ତାଙ୍କର ୩ ଜଣ ସହଯୋଗୀଙ୍କୁ କମିଶନରେଟ ପୋଲିସ ସହାୟତାରେ ଗିରଫ କରାଯାଇଥିଲା । କ୍ଷେତ୍ର ପରିଦର୍ଶନ(Field Visit) କରିବାକୁ ଯାଇଥିବା ବେଳେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ରଙ୍କୁ ବିଜେପି ବିଧାୟକ ସୁବାସ ତାଙ୍କ ସହଯୋଗୀଙ୍କ ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ବିଧାୟକଙ୍କୁ କରିଥିଲା ଗିରଫ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details