ଓଡିଶା

odisha

By

Published : Dec 4, 2020, 6:04 PM IST

ETV Bharat / state

ପରୀକୁ ନ୍ୟାୟ, ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା କରିବ ବିଜେପି

ପରୀ ହତ୍ୟାକାଣ୍ଡ ଘଟଣାରେ ରାଜନୈତିକ ତାତି ଦିନକୁ ବଢ଼ିବାରେ ଲାଗିଛି । ପରୀକୁ ନ୍ୟାୟ ପ୍ରଦାନ ପାଇଁ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

bjp-will-start-padyatra for-justice-to-pari
ପରୀକୁ ନ୍ୟାୟ ପାଇଁ ପଦଯାତ୍ରା କରିବ ବିଜେପି

କେନ୍ଦୁଝର:ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନା ନେଉ ନାହିଁ । ଏନେଇ ବିଧାନସଭା ଅଧିବେଶନ ହୁଲୁସ୍ତୁଲ ପରେ କଂଗ୍ରେସ, ଶାସକ ବିଜେଡି ଦଳର ଏସଆଇଟି ପଦକ୍ଷେପ ପରେ ପଛଘୁଞ୍ଚା ଦେଇଥିଲେ ହେଁ ବିଜେପି ଏହାକୁ ଛାଡିବାକୁ ନାରାଜ ।

ପରୀକୁ ନ୍ୟାୟ ପାଇଁ ପଦଯାତ୍ରା କରିବ ବିଜେପି

ପରୀକୁ ନ୍ୟାୟ ପ୍ରଦାନ ପାଇଁ ଏହି ଘଟଣାକୁ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏହାସହ ଏହି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ମଧ୍ୟ ବହିଷ୍କାର ଦାବି କରିଛି ବିଜେପି । ପରୀ ପାଇଁ ନ୍ୟାୟ ଦାବି କରି ପଦଯାତ୍ରା କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ଆସନ୍ତା ଡିସେମ୍ବର ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪୭ ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ୧୫ କିଲୋମିଟର ପଦଯାତ୍ରା କରିବ ବୋଲି ବିଜେପି ଆଜି(ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

କେନ୍ଦୁଝର ଜିଲ୍ଲା ଗ୍ରସ୍ତ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପଦଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details