ଓଡିଶା

odisha

ETV Bharat / state

ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା, ରାସ୍ତାରୋକ କଲା ବିଜେପି

ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । କେନ୍ଦୁଝର ଜିଲ୍ଲା ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ଦୁଇଜଣ ଦୁର୍ବୃତ୍ତ ବୋମାମାଡ କରିଥିଲେ । ଏହି ଘଟଣାକୁ ନେଇ ଆଜି ରାସ୍ତାରୋକ କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

By

Published : Oct 12, 2021, 1:22 PM IST

Updated : Oct 12, 2021, 1:48 PM IST

ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା, ବିଜେପିର ଅଚାନକ ବିକ୍ଷୋଭ
ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା, ବିଜେପିର ଅଚାନକ ବିକ୍ଷୋଭ

କେନ୍ଦୁଝର:ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । କେନ୍ଦୁଝର ଜିଲ୍ଲା ବିଧାୟକ ମୋହନ ମାଝୀଙ୍କ ଗାଡିକୁ ଦୁଇଜଣ ଦୁର୍ବୃତ୍ତ ବୋମାମାଡ କରିଥିଲେ । ଏହି ଘଟଣାକୁ ନେଇ ଆଜି ରାସ୍ତାରୋକ କରିଛି ଜିଲ୍ଲା ବିଜେପି । ତେବେ ଶାସକ ଦଳ ବିଜେଡି ରାଜ୍ୟ ଉପ ସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଛି ବିଜେପି ।

ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା, ବିଜେପିର ଅଚାନକ ବିକ୍ଷୋଭ

ଏହି ଘଟଣା ପରେ ବିଜେପି ପକ୍ଷରୁ ଗାନ୍ଧୀ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । ଦୀର୍ଘ ସମୟ ରାସ୍ତାରୋକ ହେବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବନ୍ଦ ସ୍ଥଳକୁ ଆସି ଘଟଣାର ତଦନ୍ତ ଯଥାଶୀଘ୍ର କରି ଦୋଷୀ କି ଗିରଫ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ଏହା ପରେ ବିଜେପି ପକ୍ଷରୁ ଗୋଟେ ଦିନ ପାଇଁ ରାସ୍ତାରୋକ ସ୍ଥଗିତ କରାଯାଇଥିଲା । କିନ୍ତୁ ଗୋଟେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହୋଇଥିବା ଅଭିଯୋଗ କରିଛି ବିଜେପି ।

ଏହାର ପ୍ରତିବାଦରେ ସ୍ଥାନୀୟ ଗାନ୍ଧୀ ଛକରେ ଆଜି ଦିନ ୧୦ ରୁ ୬ ଅଚାନକ ବନ୍ଦ ଡାକରା ଦେଇଛି ବିଜେପି । ଫଳରେ ଉକ୍ତ ଛକରେ ଗାଡି ଚଳାଚଳ ବନ୍ଦ ରହିଛି । କିନ୍ତୁ ଦୋକାନ ବଜାର ଖୋଲା ରହିଛି । ଏହି ବନ୍ଦରେ ସାମିଲ ହେବା ପାଇଁ ଦଶ ରୁ ଅଧିକ ବିଜେପି ବିଧାୟକ ସାମିଲ ହେବେ ବୋଲି ବିଜେପି ପ୍ରକାଶ କରିଛି । ମୁଖ୍ୟ ଆରୋପୀକୁ ନ ଧରିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଚେତାବନୀ ଦେଇଛି ।

ସୂଚନାଅନୁସାରେ, ଗତ ୧୦ ତାରିଖରେ କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଥିଲେ । ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ୨ଟି ବୋମା ତାଙ୍କ ଗାଡ଼ି ଉପରକୁ ଫିଙ୍ଗି ଥିଲେ । ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଗାଡ଼ିରୁ ଓହ୍ଲାଇ ବୋମା ଫିଙ୍ଗି ଥିଲେ, ଯାହା ତାଙ୍କ ଗାଡ଼ିର ସାମ୍ନାରେ ବାଜିଥିଲା । ସେମାନେ ହୋହଲ୍ଲା କରିବା ଭିତରେ ଦୁର୍ବୃତ୍ତ ଦୁଇଜଣ ଆଉ ଏକ ‍‍ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

Last Updated : Oct 12, 2021, 1:48 PM IST

ABOUT THE AUTHOR

...view details